ବାଉଚର ମୁମ୍ବାଇ ଇଣ୍ଡିଆନ୍ସ , ବେଲିସ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମାର୍କ ବାଉଚର ଆଗାମୀ ଆଇପିଏଲ୍‌ ରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ  ନିଯୁକ୍ତ ହୋଇଛନ୍ତି। ବାଉଚର ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇଛନ୍ତି। ଏବେ ସେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି।  ୨୦୧୯ରେ ସେ ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ସେହିପରି  ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଅଷ୍ଟ୍ରେଲିଆର ଟ୍ରେଭର ବେଲିସଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ପୂର୍ବତନ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। ବେଲିସ୍‌ଙ୍କ ପ୍ରଶିକ୍ଷଣରେ ଇଂଲଣ୍ଡ ୨୦୧୯ ବିଶ୍ବକପ୍‌ ବିଜେତା ହୋଇଥିଲା।  ୨୦୧୨ ଓ ୨୦୧୪ରେ ତାଙ୍କ ପ୍ରଶିକ୍ଷଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ  ଟ୍ରଫି ଜିତିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.