ମରଣାନ୍ତକ ମାଡ଼ ମାରିଥିବା ନେଇ ପଲମ ଫାଣ୍ଡି ଅଧିକାରୀଙ୍କ ନାମରେ ଅଭିଯୋଗ

ରିପୋର୍ଟକୁ ଭିତ୍ତିକରି କେସିଙ୍ଗା ପୁଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ ଫାଣ୍ଡି ଅଧିକାରୀ ଶେଖର ଜେନା ଏକ ଚୋରି ମାମଲାକୁ ନେଇ ଜଣେ ଯୁବକଙ୍କୁ ରାତି ଅଧରେ ଘରୁ ଉଠାଇ ନେବା ସହିତ ମରଣାନ୍ତକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକ ଏନେଇ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇ ରିପୋର୍ଟ କରିଥିବା ଜଣାପଡିଛି । ଯାହାକି କେସିଙ୍ଗା ଥାନା ଅଞ୍ଚଳରେ ଏକ ଚର୍ଚ୍ଚାରେ ବିଷୟ ହୋଇଥିବା ବେଳେ ପୁଲିସ ର ଏଭଳି ଅମାନୁଷିକ କାର୍ଯ୍ୟକୁ ବିଭିନ୍ନ ମହଲର ସମାଲୋଚନା କରାଯାଇଛି । ଅପରପକ୍ଷରେ କଳାହାଣ୍ଡି ଏସପି ପଲମ ଫାଣ୍ଡି ଅଧିକାରୀ ଶେଖର ଜେନାଙ୍କୁ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

ପୁଲିସ ଠାରୁ ମରଣାନ୍ତକ ଭାବେ ମାଡ ଖାଇଥିବା ଯୁବକ ତରଣୀସେନ ସାହୁଙ୍କ ରିପୋର୍ଟକୁ ଭିତ୍ତିକରି କେସିଙ୍ଗା ଆଦର୍ଶ ଥାନା ପୁଲିସ ଶୁକ୍ରବାର ଦିନ ତାହାର ତଦନ୍ତ କରିଛି । ହେଲେ ଯୁବକର ରିପୋର୍ଟ ଅନୁଯାୟୀ ପୁଲିସ ତଦନ୍ତ କରିଥିଲେ ମଧ୍ୟ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ କେଶ୍ ପଞ୍ଜିକରଣ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଏନେଇ କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କୁ ପଚାରିବାରୁ ପଲମ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ହୋଇଥିବା ରିପୋର୍ଟକୁ ସ୍ବିକାର କରିବା ସହ ତଦନ୍ତ ରିପୋର୍ଟ ଏସପିଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଯୁବକ ଦେଇଥିବା ରିପୋର୍ଟ ଥାନାରେ ପଞ୍ଜିକରଣ ହୋଇଛି କି ନାହିଁ ପଚାରିବାରୁ ଏସଡିପିଓ ଏବିଷୟରେ କିଛି କହିନଥିଲେ । ତେବେ ମାଡ ମରା ଅଭିଯୋଗକୁ ପଲମ ଫାଣ୍ଡି ଅଧିକାରୀ ଶେଖର ଜେନା ଅସ୍ବୀକାର କରିବା ସହ ସଇଁତଲା ଥାନାରେ ହୋଇଥିବା ଏକ ଚୋରି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ଯୁବକଙ୍କୁ ପଚରାଉଚରା କରାଯାଇଥିଲା ବୋଲି କହିଛନ୍ତି । ଅଭିଯୋଗକାରୀ ତରଣୀସେନ ସାହୁଙ୍କ ରିପୋର୍ଟ ଅନୁଯାୟୀ ପ୍ରକାଶ ଯେ, ଗତ ୧୪ ତାରିଖ ୨ଘଣ୍ଟା ସମୟରେ ପୁଲିସ ଆଲିମକୁ ଆସି ଘର ବାହାର କବାଟକୁ ବାଢେଇଥିଲେ । କବାଟ ଖୋଲିବା ପରେ ପଲମ ଫାଣ୍ଡି ଅଧିକାରୀଙ୍କ ସମେତ ଅନ୍ୟ ୬ ଜଣ ପୁଲିସ କର୍ମଚାରୀ ତରଣୀସେନଙ୍କୁ ଧରିଥିଲେ । ଏଥିରେ ତରଣୀସେନଙ୍କ ମାଆ ପ୍ରତିବାଦ କରିବାରୁ ଫାଣ୍ଡି ଅଧିକାରୀ ଗୋଇଠା ମାରି ଥିଲେ ଓ ତରଣୀସେନ ଙ୍କ ମାଆ ତଳେ ପଡ଼ିଗଲା ପରେ ତରଣୀସେନଙ୍କୁ ପୁଲିସ ଗୋଇଠା ମାରି ଗାଡ଼ିରେ ବସାଇ ମୁଡିଙ୍ଗ ହାଇସ୍କୁଲକୁ ଆଣିଥିଲା । ସେଠାରେ ଗାଡିରୁ ଓହ୍ଲାଇ ବାଡ଼ିରେ ଓ ପାଇପ୍ ରେ ମାଡ ମାରିଥିଲେ । ଘଟଣା ସମ୍ପର୍କରେ କିଛି ଜାଣିନାହିଁ ବୋଲି ତରଣୀସେନ ପୁଲିସ ଠାରେ ପ୍ରକାଶ କରିଥିଲେ ମଧ୍ୟ ପୁଲିସ ତାହାକୁ ଗ୍ରହଣ ନକରି ଓଲଟା ମରଣାନ୍ତକ ଭାବରେ ମାଡ ମାରିବା ଫଳରେ ତରଣୀସେନ ତଳେ ପଡିଯାଇଥିଲେ । ଫଳରେ ଜଣେ ପୁଲିସ କର୍ମଚାରୀ ଭୁଲ୍ ହୋଇଗଲା ବୋଲି କହି ପୁଣି ଗାଡ଼ିରେ ବସାଇ ତରଣୀସେନଙ୍କୁ ନିଜ ଘରେ ଛାଡ଼ି ଦେଇ ପୁଲିସ ପଲାଇ ଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ତରଣୀସେନଙ୍କ ରିପୋର୍ଟକୁ ପୁଲିସ ଭୁଲ୍ ବୋଲି କହୁଥିବା ବେଳେ ଚୋର ମାନଙ୍କ ସହିତ ତରଣୀସେନଙ୍କ ସମ୍ପର୍କ ରହିଥିବା ଖବର ପାଇ ପୁଲିସ ପକ୍ଷରୁ ପଚରାଉଚରା କରଯାଇଥିଲା ବୋଲି ପୁଲିସ ସଫେଇ ଦେଇଛି । ତେବେ ଏହାର ନିରପେକ୍ଷ ତଦନ୍ତ କରି ତରଣୀସେନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.