ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଭତରା ସମାଜ ସରକାରୀ କର୍ମଚାରୀ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି । ଏଥିରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଭତରା ସମାଜ ସଭାପତି କୈଲାସ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଭତରା କର୍ମଚାରୀ ସଂଘ ସଭାପତି ତୃପ କୁମାର ପାତ୍ର, ବ୍ଲକ ସଭାପତି ସୁଧିର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଯୋଗଦେଇ ଥିଲେ । ଏହି ଅବସରରେ ଧର୍ମଗଡ, ଜୁନାଗଡ ଓ କୋକସରା ବ୍ଲକ ସ୍ତରୀୟ ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ କୋକସରା ବ୍ଲକ ସଭାପତି ଭାବେ ତୋଫାନ ମାଝି ମନୋନିତ ହୋଇଥିଲେ । ସମ୍ପାଦକ ଅଜୟ ମାଝି ଓ କୋଷାଧ୍ୟକ୍ଷ ଭାବରେ ଡମ୍ବରୁ ନାଏକ ମନୋନିତ ହୋଇଥିଲେ । ସେହିପରି ଧର୍ମଗଡ ବ୍ଲକ ସଭାପତି ଭାବରେ ମହେଶ୍ୱର ପୁଝାରୀ, ସମ୍ପାଦକ ସୁବାଷ ଚନ୍ଦ୍ର ପୁଝାରୀ, ଜୁନାଗଡ ବ୍ଲକ ସଭାପତି ଭାବରେ ଇନ୍ଦ୍ରମଣି ପୁଝାରୀ, ସମ୍ପାଦକ ସୀମାଞ୍ଚଳ ପୁଝାରୀ ଓ କୋଷଧ୍ୟକ୍ଷ ଭାବରେ ଗଜାନନ ଦଳପତି ମନୋନିତ ହୋଇଥିଲେ । ସୁଧିର ଧ.ମାଝୀ ଓ ଭୂବନେଶ୍ୱର ଦିଶାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହେମନ୍ତ ମାଝି, ସତ୍ୟବାନ ନାଏକ ସମେତ ଟେମରା ଭତରା ସମାଜ ବୃନ୍ଦ ସହଯୋଗ କରିଥିଲେ ।