ବିଜୁ ଜନତା ଦଳର ଜୋନ୍ ସ୍ତରୀୟ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବିଜୁ ଜନତା ଦଳର ଆମପାଣି ଜୋନ୍ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆମପାଣିର ଆରାଧ୍ୟ ଦେବତା ବୁଢ଼ାରଜାଙ୍କୁ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରୁ ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଶତାଧିକ ଦଳିୟ କର୍ମୀ ଓ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ମଞ୍ଚ ନିକଟରେ ପହଞ୍ଚି ଥିଲେ । ଆମପାଣି ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝିଙ୍କ ତତ୍ବାବଧାନରେରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ବିଜେଡ଼ି ସଭାପତି ସୁଶାନ୍ତ ବେହେରା ସଭାପତିତ୍ବ କରିବାସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ରାଜ୍ୟ ସରକାର ନିରନ୍ତର ରାଜ୍ୟର ବିକାଶ ଉପରେ ଗୁରୁତ୍ବ ଦେଇଆସୁଥିବା ବେଳେ ଲୋକଙ୍କୁ କେବେ ଠକି ନାହାନ୍ତି, ତେଣୁ ଲୋକେ ମଧ୍ୟ ମୂଖ୍ୟ ମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବାରେ ତାଙ୍କ ହାତ ମୁଠାକୁ ଟାଣ କରନ୍ତୁ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, କୋକସରା ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ କୋକସରା ବ୍ଲକ ପ୍ରତିନିଧି ମାନସ ରଞ୍ଜନ ବାଗ, ଆମପାଣି ସରପଞ୍ଚ ରୁଖ୍ମଣୀ ବାଣୁଆ, ସମିତି ସଭ୍ୟ ନର୍ତ୍ତକି ଦଣ୍ଡସେନା, ବଡପୋଡାଗୁଡା ସରପଞ୍ଚ ଜମୁନା ନାଏକ, ଗୋତମୁଣ୍ଡା ସମିତି ସଭ୍ୟା ସାମୁକା ନାଏକ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ଆଇନ ଜୀବି ମନୋଜ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି, ମହିମା ସରପଞ୍ଚ ଇଶରାମ କୋଲଥିଆ, ଗୋବିନ୍ଦ ମାଝୀ, ପୂର୍ବତନ ବରାଡଙ୍ଗା ସରପଞ୍ଚ ଗୋକୁଲ ନାଏକ ପ୍ରମୁଖ ବିଜେଡ଼ିରେ ଯୋଗଦେଇଥିଲେ । ବିଧାୟକ ଓ ଜିଲ୍ଲା ସଭାପତି ସେମାନଙ୍କୁ ସ୍ବାଗତ କରି ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ । ପରେ ଦଳର ବରିଷ୍ଠ, ସକ୍ରିୟ ସଦସ୍ୟ ଓ କୃଷକ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାମୁହିକ ଭାବରେ ନବାନ୍ନ ଭକ୍ଷଣ କରାଯାଇଥିଲା । ବ୍ଳକ ବିଜେଡ଼ି ସାଂପାଦକ ପଞ୍ଚକ ପୋଡ଼, ସୁରେନ୍ଦ୍ର ଚନ୍ଦ୍ର ସାହୁ ଓ ଖଗେଶ୍ବର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ତାପସ ରଞ୍ଜନ ରାୟ, କେଶବ ବେଣୁପାଣି, ବିନୋଦ ସିଂ, ରାଜୁ ପଟେଲ, ମନୋରଞ୍ଜନ ବାଣୁଆ, ନୃପ ନାଏକ, ଧର୍ମାନନ୍ଦ ନାଏକ, ବିମଲ ଦାସ, ପ୍ରମୋଦ ପ୍ରଧାନୀ, ବିଶ୍ବନାଥ ପଟ୍ଟନାୟକ, ସଶାଙ୍କ ପୁରୋହିତ, ପାର୍ଥବ ମାଝୀ, ନରେନ୍ଦ୍ର ଧଙ୍ଗଡାମାଝୀ ସମେତ ବହୁ ସଂଖ୍ୟରେ ଦଳୀୟ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.