ଏଆଇଟିଟି ପରୀକ୍ଷାରେ ଓଡ଼ିଶା ଟପ୍ପର କଳାହାଣ୍ଡି ଜିଲ୍ଲା କୁମ୍ଭାରୀ ଗ୍ରାମର ପପୁ ସା: କଟକ ଆଇଟିଆଇରେ ହେଲେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଆଇଟିଆଇର ଛାତ୍ର ପପୁ ସା ଓଡ଼ିଶା ରାଜ୍ୟ ସ୍ତରରେ ଟପ୍ପର ହୋଇ କଳହାଣ୍ଡି ତଥା ଗୋଲାମୁଣ୍ଡା ବ୍ଲକ ପାଇଁ ଗୌରବ ସାଜିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ କୁମ୍ଭାରି ଗ୍ରାମର ପପୁ ସା କଳାହାଣ୍ଡି ଭବାନୀପାଟଣା ଆଇଟିଆଇ କଲେଜରେ ଡ୍ରାଫ୍ଟସ୍ ମ୍ୟାନ୍ ସିଭିଲ୍ ଟ୍ରେଡ୍ ରେ ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ । ସେ ଚଳିତ ବର୍ଷ ଏଆଇଟିଟି ପରୀକ୍ଷାରେ ମୋଟ ୬୦୦ ନମ୍ବର ରୁ ୫୮୮ ନମ୍ବର ରଖି ଓଡ଼ିଶା ରାଜ୍ୟ ସ୍ତରରେ ଟପ୍ପର ହେଇଛନ୍ତି । ରାଜ୍ୟ ସ୍ତରରେ ଟପ୍ପର ହୋଇଥିବାରୁ ତାଙ୍କୁ ସରକାରୀ ଆଇଟିଆଇ କଟକ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କ ବାପା ଭରତ ଲାଲ ସା ଓ ମା ସରୋଜିନୀ ସା ଦୁହେଁ ଚାଷ କାମ କରି ବହୁତ କଷ୍ଟରେ ତାଙ୍କୁ ପାଠ ପଢ଼ାଉଥିଲେ । ସେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଫରଙ୍ଗରେ ଦଶମ ଶ୍ରେଣୀ ପାସ୍ କଲା ପରେ ତାଙ୍କ ବଡ ଭାଇ ଭୂପେନ୍ଦ୍ରଙ୍କ ଦିଗଦର୍ଶନ ଫଳରେ ଭବାନୀପାଟଣା ଆଇଟିଆଇରେ ଡ୍ରାଫ୍ଟସ୍ ମ୍ୟାନ୍ ସିଭିଲ୍ ଟ୍ରେଡ୍ ରେ ନାମ ଲେଖାଇଥିଲେ ଏବଂ ବର୍ତ୍ତମାନ ଓଡିଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ତାଙ୍କର ସଫଳତାକୁ ନେଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଆଇଟିଆଇର ଶିକ୍ଷକମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ ଭବିଷ୍ୟତରେ ଜଣେ ଦକ୍ଷ ଆର୍କିଟେକ୍ଟ ହେବା ଆଶା ଅଛି ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.