ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଥୁଆମୂଳ ରାମପୁରର ୬ ଅସହାୟ ଶିଶୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ଗାଁରେ ରୁହନ୍ତି ପୁସ୍ତା ମାଝୀଙ୍କ ସହ ତାଙ୍କର ୬ ଶିଶୁ ଓ ବୃଦ୍ଧ ଶାଶୁ ଶଶୁର । ପୁସ୍ତାଙ୍କ ସ୍ୱାମୀ ଗୁପ୍ତେଶ୍ୱର ମାଝୀଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ପୁସ୍ତାଙ୍କ ଉପରେ ପଡିଛି । ସେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଗତ ୨୦୨୦ରେ ଗୁପ୍ତେଶ୍ୱରଙ୍କ ଦେହାନ୍ତ ହୋଇଥିଲା । ଚାରି ଝିଅ ଓ ଦୁଇ ପୁଅଙ୍କ ଭବିଷ୍ୟତକୁ ନେଇ ପୁସ୍ତା ଚିନ୍ତିତ ହୋଇପଡ଼ିଥିଲେ । ସ୍ୱାମୀଙ୍କ ଦେହାନ୍ତ ହୋଇ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ବିଧବା ଭତ୍ତା ମିଳି ନଥିଲା । ଏହି ପରିବାରର ଦୁରାବସ୍ତା ବିଷୟରେ ଜାଣିବା ପରେ ଯୁବ ସମାଜସେବୀ ଯଶୋବନ୍ତ ରଣା ଟ୍ୱିଟର ଯୋଗେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏକ ଅଭିଯୋଗ କରି ସମସ୍ତ ୬ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ପୁସ୍ତାଙ୍କୁ ବିଧବା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟର ଏକ ପ୍ରତିନିଧି ଦଳ ପହଞ୍ଚି ସମସ୍ତ ୬ ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ । ଶିଶୁ ମଙ୍ଗଳ ସମିତିଙ୍କ ନିଷ୍ପତି କ୍ରମେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ପ୍ରତେକ ଶିଶୁଙ୍କୁ ମାସିକ ପନ୍ଦର ସହ ଟଙ୍କା ମିଳିବ । ସ୍ବେଛାସେବୀ ଯଶୋବନ୍ତଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.