ଆସନ୍ତୁ ଜାଣିବା ୨୦୨୩, ୨୫ରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ


ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ କରିଛି । ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଲଣ୍ଡନର ଦି ଓଭାଲରେ ଏବଂ ୨୦୨୫ ସଂସ୍କରଣ ଲର୍ଡସରେ ଖେଳାଯିବ । ଆଇସିସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟେଫ ଏଲର୍ଡିସ ଏହା ଘୋଷଣା କରିଛନ୍ତି । ଗତ ବର୍ଷ ସାଉଥାମ୍ପଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ ମୁକାବିଲା ଖେଳା ଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଜୁଲାଇରେ ଆୟୋଜିତ ଆଇସିସି ବୈଠକରେ ଇଂଲଣ୍ଡ ୨ଟି ଡବ୍ଲ୍ୟୁଟିସି ଆୟୋଜନ କରିବ ବୋଲି ଘୋଷଣା କରାଯାଇଥିଲା ।

୨ଟି ଐତିହାସିକ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଆୟୋଜନ ଅଧିକାର ପାଇଥିବାରୁ ଆଇସିସି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡକୁ ଅଭିନନ୍ଦନ ଜଣାଇଛି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.