ନୂଆପଡା ଜିଲ୍ଲା ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ-୨୦୨୨

‘ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସଂସ୍କୃତି’

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନ କରିଥାଏ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ । ଏହି ଅନନ୍ୟ ପର୍ବ ପରସ୍ପର ମଧ୍ୟରେ ସଂପର୍କର ଡୋରୀକୁ ମଜଭୁତ କରିଥାଏ । ସେହିପରି ଭାବେ ଏହି ମାଟିରେ କେଉଁ ଏକ ଆବାହମାନ କାଳରୁ ବସବାସ କରି ଆସୁଥିବା ଯାଦବମାନଙ୍କର ବିସ୍ତୃତ ଐତିହ୍ୟ ଓ ସସ୍କୃତି ରହିଛି । ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସଂସ୍କୃତି । ତେଣୁ ବର୍ତ୍ତମାନର ସମୟରେ ଯାଦବମାନେ ଅଧିକ ମାତ୍ରାରେ ସୁସଂଗଠିତ ଓ ସଂସ୍କାରିତ ହେବାସହ ରାଜନୈତିକ କ୍ଷେତ୍ରରେ ମଧ୍ୟ ସ୍ଥିତି ସୁଦୃଢ କରିବାକୁ ନୂଆପଡ଼ା ଜିଲ୍ଲାର ଗନିଆରି ଠାରେ ଯାଦବ ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟରେ ମତ ପ୍ରକାଶ ପାଇଛି । କୋମନା ବ୍ଳକ ଗନିଆରି ଗ୍ରାମ ଖେଳପଡିଆ ଠାରେ ନୂଆପଡା ଜିଲ୍ଲା ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ସଭାପତି ଭରତଳାଲ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଖଡିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ମୁଖ୍ୟ ବକ୍ତା ଭାବେ ଉତ୍କଳ ଯାଦବ ମହାସଭା ମହାସଚିବ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ହରେରାମ କୋଠାର, ଛତିଶଗଡର ଚାରଗଡ ଯାଦବ ସମାଜ ସଭାପତି କେନୁରାମ ଯାଦବ, ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞୟ ଧଙ୍ଗଡ଼ା ମାଝୀ,

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଆଡ, କୋକସରା ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ବାଗ, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ନୂଆପଡ଼ା ଜିଲ୍ଲା ଯାଦବ ସମାଜର ମହିଳା ସଭାନେତ୍ରୀ ମମତା ମଞ୍ଜରୀ ଥପା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଗହୀର ଓ ତ୍ରିଲୋଚନ ନାଗ, ଉପସଭାପତି ଚଂଚଳ ସଗରିଆ, ସୁରେଶ ବାଗ, କିଶୋର କଠାର, ସାଧାରଣ ସମ୍ପାଦକ ତ୍ରିନାଥ ପୁଞ୍ଜି, ସହ ସଂପାଦକ ବିଷ୍ଣୁପତି ବାଗ, କୋଷାଧ୍ୟକ୍ଷ ଯୁଧିଷ୍ଠିର ଶଗରିଆ, ସାଂସ୍କୃତିକ ସମ୍ପାଦକ ଜ୍ୟୋତିର୍ଣ୍ଣ ବନଛୋର,

ଜିଲ୍ଲା ସଂଯୋଜକ ପ୍ରଦୀପ ରାଉତ, ପ୍ରଚାର ପ୍ରସାର କୁନୁ କରୁଆଁ, ମୋତିଲାଲ ବାଗଙ୍କ ସମେତ ଜିଲ୍ଲା ଓ ବ୍ଲକ କାର୍ଯ୍ୟକର୍ତ୍ତା ଘନଶ୍ୟାମ କରୁଆଁ, ଯୌବନ ସଲମା, କିଶୋର କୋଠାର, ଅମିୟ ଦାସ, ଲିଙ୍ଗରାଜ ଘିଭେଲା, କ୍ଷମାଧର ନିଆଲ, ପ୍ରେମସିନ୍ଧୁ ହେର୍ଣ୍ଣା, ଯୋଗେନ୍ଦ୍ର ବାଗ, ଦୀଲିପ କୁମାର ଜାଲ, ଶକୁନ୍ତଳା ଭୋଇ, ଜୟରାମ ଜାଲ, ସନ୍ତୋଷୀ ସଲ୍‌ମା, ନିତ୍ୟାନନ୍ଦ କଟା, ମାଲଖମ ନାଗ, ଯୁଧୁଷ୍ଠିର ଶଗଡ଼ିଆ, ଜୁନୁ କରୁଆଁ, ପ୍ରଦୀପ ରାଉତ, କୃଷ୍ଣଚନ୍ଦ୍ର ଖରସେଲ, ଯୋହନ ରାଉତ, କିର୍ତ୍ତନ୍ୟ ପୋଡ଼, ହେମନ୍ତ ମଣି କଟା, ଯାଜ୍ଞସିନୀ କଟା,

ପୁଷ୍ପାଞ୍ଜଳୀ ଗୁଆଲ, କ୍ଷମାସିଂ ନିଆଲ, ରାମଳାଲ ହଂସ, ତୁଳସୀରାମ ବାଗ, ଅଶୋକ ବାଗ, ପର୍ଶୁରାମ ନିଆଲ, ଖୁସିରାମ ଭୋଇ, ସନ୍ତୋଷ ନିଆଲ, ଘନଶ୍ୟାମ ଭୋଇ, ସୁରେଶ ବାଗ, ତାରାଚନ ଥପା, ରାଜକିଶୋର ହେର୍ଣ୍ଣା, ଜିତେନ୍ଦ୍ର ନାଥ ଗହିର, ମୀନା ଘେଭେଲା, କୁନୁ କରୁଆଁ, ହେମନ୍ତ ମଣି କଟା, ମହେଶ ନିଆଲ ଓ ଜାନକୀ ଘିଭେଲା, ରାମଲାଲ ହଂସ, ପର୍ଶୁରାମ ନିଆଲ, ଖୁସିରାମ ଭୋଇ, ପ୍ରେମସିନ୍ଧୁ ହେର୍ଣ୍ଣା, ସନ୍ତୋଷ ନିଆଲ, ତାରାଚନ ଥପା ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ମହାପାର୍ବଣ ନୂଆଖାଇ ଉପରେ ଆଲୋକପାତ କରିବାସହ ଯାଦବ ସମାଜର ସର୍ବାଙ୍ଗୀନ କିକାଶ ନେଇ ନିଜ ନିଜ ମତ ପ୍ରକାଶ କରିଥିଲେ ‌।

ହି ଅବସରରେ ଯାଦବ ସମାଜ ପ୍ରତି ବିଶେଷ ଅବଦାନ ପାଇଁ କୃଷ୍ଣଚନ୍ଦ୍ର ଖରସେଲ, ମନିରାମ ଖରସେଲ ମନିରାମ ସଗରିଆ, ଶୋଭାରାମ କଟା, ଗୈାରୀ ଶଙ୍କର ଗହୀର, ଜଗମୋହନ ବନଛୋର, ହରେରାମ କଠାର ଓ ରାଜେଶ କୁମାର ପୋଢଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଏକ ବିଶାଳ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ବିଶିଷ୍ଟ ଯାଦବ ନେତୃତ୍ୱ ଜୋହନ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ କେଶବ ଚନ୍ଦ୍ର ଗହୀର, ମହେନ୍ଦ୍ର ନିଆଲ, ପୁଷ୍ପ ରଞ୍ଜନ ଯାଦବ, କପିଳେନ୍ଦ୍ର ଭୋଇ ଯାଦବ, ତୁଷାର ନିଆଲ, ଖରତ ହଂସ, କହ୍ନେଇ ହଂସ, ଲଇଖନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ‌। ଏହି ଭବ୍ୟ ସମାରୋହରେ ନୂଆପଡା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଓ ତିନୋଟି ଏନଏସି ଅଞ୍ଚଳର ହଜାର ହଜାର ଯାଦବ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.