ମ.ରାମପୁରରେ ନବରାତ୍ର ପୂଜା: ଭାବ ଓ ଭକ୍ତିମୟ ପରିବେଶରେ ମାଁଙ୍କ ଆରାଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ଛକ(ଶ୍ରୀରାମକୃଷ୍ଣ ଆଶ୍ରମ ନିକଟ)ରେ ଆରମ୍ଭ ହେଇଛି ମାଁ ଦଶଭୂଜାଙ୍କ ନବରାତ୍ର ପୂଜା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ଏହି ପୂଜାରେ ସନ୍ଧ୍ୟାରେ ଭକ୍ତଙ୍କ ବହୁଳ ସମାଗମ ଦେଖିବାକୁ ମିଳୁଛି । କର୍ତ୍ତା ଦାୟିତ୍ୱ ସତ୍ୟ ନାରାୟଣ ପଣ୍ଡା ସଂପାଦନ କରୁଥିବା ବେଳେ ଅଂଚଳର ଯୁବଗୋଷ୍ଠୀଙ୍କ ଦ୍ୱାରା ଏହି ପୂଜା ପରିଚାଳିତ ହେଉଛି । ଠିକ ସେହିପରି ମ.ରାମପୁର ନିକଟସ୍ଥ କେନ୍ଦୁଘାଟି ବନ ଦୁର୍ଗା ମନ୍ଦିରରେ ମଧ୍ୟ ଆରମ୍ଭ ହେଇଛି ନବରାତ୍ର ପୂଜା । କର୍ତ୍ତା ଭାବରେ ସର୍ବେଶ୍ୱର ମିଶ୍ର ଦାୟିତ୍ୱ ସଂପାଦନ କରୁଥିବାବେଳେ ଏଠାରେ ମୁଖ୍ୟ ପୂଜକ ରହିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର । ପ୍ରତ୍ୟହ ଦିନ ବେଳେ ଓ ରାତିରେ ପୂଜାର୍ଚ୍ଚନା ପରେ ମାଁଙ୍କ ପାଖରେ ଭୋଗ ଲାଗି କରାଯାଇ ଭକ୍ତଙ୍କ ପାଇଁ ଏଠାରେ ଭୋଗ ବ୍ୟବସ୍ଥା କରା ଯାଉଥିବା ବେଳେ ଏଠାରେ ମଧ୍ୟ ରାତିରେ ଭକ୍ତଙ୍କ ପ୍ରବଳ ସମାଗମ ଧୀରେ ଧୀରେ ବଢିବାରେ ଲାଗିଛି । ବନଦୁର୍ଗା କମିଟୀ ତରଫରୁ ସମସ୍ତ ସଭ୍ୟ ଏହି ପୂଜା କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରୁଛନ୍ତି । ମ.ରାମପୁର ଗାୟତ୍ରୀ ମନ୍ଦିରଠାରେ ମଧ୍ୟ ନବରାତ୍ର ପୂଜା ମହାସମାରୋହରେ ପାଳିତ ହେଉଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତଙ୍କ ନିମନ୍ତେ ପୂଜାର୍ଚ୍ଚନା ପରେ ଭୋଗ ବଣ୍ଟନ କରାଯାଉଥିବାବେଳେ ଗାୟତ୍ରୀ ପରିବାର ଏହି ପୂଜାର ଦାୟିତ୍ୱ ସଂପାଦନ କରୁଛନ୍ତି । ଠିକ ସେହିପରି ପୁରୁଣା ତଥା ପ୍ରଥମ କାମନା ଦଣ୍ଡପୀଠ ତଳସାଗରପଡ଼ା ମାଁ କାଳୀ ମନ୍ଦିରେ ମଧ୍ୟ ମାଁଙ୍କ ନବରାତ୍ର ପୂଜା, ଜପ, ତପ ଚାଲୁରହିଥିବା ଜଣାଯାଇଛି । ଏଠାରେ ଦଣ୍ଡପୀଠ କମିଟୀର ଗୁରୁ ପଦ୍ମ ଲୋଚନ ମହାଖୁଡ଼ଙ୍କ ସମେତ ସମସ୍ତ ସଦସ୍ୟ ପୂଜା ସଂପାଦନରେ ସହଯୋଗ କରୁଛନ୍ତି । ଏଥିସହିତ ମ.ରାମପୁର, ବାରବନ୍ଧା, ଉର୍ଲାଦାନୀ, ମଦନପୁର, ମୋହନଗିରୀ, ମୁଡ଼ିଙ୍ଗ, ଗୋଚ୍ଛାଡ଼େଙ୍ଗେନରେ ମାଁଙ୍କ ପୂଜା ପାଇଁ ପ୍ରସ୍ତୁତି ଜୋର ଧରିଥିବା ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.