କାଳାହାଣ୍ଡି ଡିଆଇଇଟିର ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) କଳାହାଣ୍ଡିର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷା ଡ଼ ସ୍ନେହାପ୍ରଭା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଅଜୟ କୁମାର ପଣ୍ଡା, ବିଶିଷ୍ଟ ଲୋକକଳାକାର ସର୍ବେଶ୍ୱର ଭୋଇ, ମୁଖ୍ୟ ବକ୍ତା ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ତ୍ରିନାଥ ବିଶୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅତିଥିମାନେ ନିଜ ନିଜ ବକ୍ତବ୍ୟ ମାଧ୍ଯମରେ ଗୁରୁଛାତ୍ରମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି ଅବସରରେ କୃତି ଗୁରୁଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ, ମମିତା ଦୋରା, ଶିକ୍ଷକ ପ୍ରଶିକ୍ଷକ ଅରୁଣ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ନିହାରିକା ଦେବୀ, ବିଜିଲି ଏକ୍କା, ସୁନିତା ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ ‌। ପରିଶେଷରେ ଈଶ୍ୱରଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.