ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ପଶ୍ଚିମାଞ୍ଚଳର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସୋନପୁରରେ ପ୍ରତିଷ୍ଠା ନେଇ ଅଭିଯାନ ଆରମ୍ଭ ସହ ନିଜର ପକ୍ଷ ଉପସ୍ଥାପନ କରିଛି ସୋନପୁର ଓକିଲ ସଂଘ । ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ସୋନପୁରରେ ଚାଲିଥିଲା ହାଇକୋର୍ଟ । ସୋନପୁରରେ ହାଇକୋର୍ଟ ଭିତ୍ତିଭୂମିର ଅଭାବ ନାହିଁ । ଏଠାରେ ଆଧୁନିକ ଜ୍ଞାନକୋଶଳରେ ନିର୍ମିତ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଓ ଉଚ୍ଚ ଆକର୍ଷଣୀୟ ଅଟ୍ଟାଳିକା ରହିଛି । ସମ୍ବଲପୁର, ବରଗଡ, ବଲାଙ୍ଗୀର, ବୌଦ୍ଧ, ରେଢ଼ାଖୋଲରୁ ସମ ଦୂରତା ସାଙ୍ଗକୁ କେନ୍ଦ୍ରରେ ସୋନପୁରର ଅବସ୍ଥିତି । ଜାତୀୟ ରାଜପଥ ସାଙ୍ଗକୁ ରେଳ ୟାତାୟତ ସୁବିଧା ସହ ଭୌଗଳିକ ଦୃଷ୍ଟିରୁ ସୋନପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରକୃଷ୍ଠ ସ୍ଥାନ ବୋଲି କହିଛି ସୋନପୁର ଓକିଲ ସଂଘ । ରାଜ୍ୟ ସରକାର ଯଥାଶୀଘ୍ର ବିହିତ ପଦକ୍ଷେପ ନେବା ନେଇ ଅଂଚଳର ସାମାଜିକ ସଙ୍ଗଠନ ଓ ଜନ ସାଧାରଣ ଅନୁରୋଧ କରିଛନ୍ତି ।