ଲଡୁଗାଁରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ସରପଞ୍ଚ ନକୁଳ ନାଏକଙ୍କ ଅଧ୍ୟକ୍ଷତାରେ ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ କୁମାର ପରୁଆ, ଡାକ୍ତର ରଜତ ସୌମ୍ୟ ଅନୁରାଗ, ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, ଜିପିଓ ନାରାୟଣ ଭୋଇ, ନାଏବ ସରପଞ୍ଚ ସୋଭାଙ୍ଗିନୀ ଚଣ୍ଡୀ, ଉଦ୍ୟାନ ବିଭାଗର ଭି. ବାସନ୍ତୀ ସେମତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବିରରେ ବାର୍ଦ୍ଧକ୍ୟ ଭାତ୍ତା, ଆବାସ ଘର, ପିଡିଏସ୍ ସାମଗ୍ରୀ ଓ ଅନ୍ୟାନ୍ୟ ଅଭିଯୋଗ ଓ ଆବେଦନ ହୋଇଥିଲା । ବାର୍ଦ୍ଧକ୍ୟ ଭାତ୍ତା, ଆବାସ ଘର, ପିଡିଏସ୍ ସାମଗ୍ରୀ, ଘର ଡିହ ପାଇଁ ମୋଟ ୧୩୦୭ ଜଣ ଆବେଦନ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ବେଣୁପାଣି, ଯୋଗାଣ ସହାୟକ ଅଜିତ ଠାକୁର ସମେତ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.