ଦୀପାବଳୀ ପର୍ବ ପାଇଁ ଗରିବଙ୍କୁ ବସ୍ତ୍ର ବାଣ୍ଟିଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ବ୍ଲକର ମୋହରା ପଞ୍ଚାୟତ ଅଧିନସ୍ଥ ପୂଜାରୀଗୁଡା ଓ ଚନ୍ଦାହାଣ୍ଡି ପଞ୍ଚାୟତର ହଳଦୀଗ୍ରାମ ଓ ପଡୋଶୀ ଛତିଶଗଡ଼ର ବିଭିନ୍ନ ଗ୍ରାମରେ ଦୀପାବଳି ପରିପ୍ରେକ୍ଷୀରେରେ ଦଳିତ ଆଦିବାସୀ ବସ୍ତି ସମେତ ସମସ୍ତ ଗ୍ରାମରେ ସାଢି, ଧୋତି, ଲୁଙ୍ଗୀ ଓ ଗାମୁଛା ଆଦି ବଣ୍ଟନ କରାଯାଇଛି । ସମାଜସେବୀ ଦିଲିପ ଦାସ ଏସବୁ ଗ୍ରାମ ବୁଲି ବୁଲି ଗରିବ ନିଃସହାୟଙ୍କ ଘରେ ପହଂଚି ସେମାନଙ୍କୁ ବସ୍ତ୍ର ପ୍ରଦାନ କରିବା ସହ ଗୋବର ନିର୍ମିତ ଦୀପ ବଣ୍ଟନ କରିଛନ୍ତି । ପ୍ରକାଶ ଯେ, ଦୀପାବଳୀ ଦିନ ଧନୀକ ଶ୍ରେଣୀର ଘରେ ହସ ଖୁସିରେ ଦୀପାବଳୀ ଉତ୍ସବ ପାଳନ କରୁଥିବା ବେଳେ ଗରିବଙ୍କ ଘରେ ଯେପରି ନୂତନ ବସ୍ତ୍ର ପରିଧାନ କରି ଦୀପାବଳୀ ପାଳନ କରିବେ ସେ ପ୍ରୟାସରେ ପ୍ରତେକ ବର୍ଷ ସେ ଏପରି କାର୍ଯ କରି ଆସୁଛନ୍ତି । ତାଙ୍କର ଏତାଦୃଶ କାର୍ଯକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.