କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାମ କରୁଛନ୍ତି -ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଗୁଜରାଟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ବେଳେ କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ୭୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏହି ଉଦବୋଧନ ବେଳେ ସମାନ କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ ପ୍ରକାର ରୋଜଗାର ମେଳା ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ହେବ । କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ନେଇ କାମ କରୁଥିବାବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। “ଏହା ବ୍ୟାପକ ଭାବେ ଅଭିଯାନକୁ ତ୍ୱରାନ୍ୱିତ କରି ସରକାରୀ ଯୋଜନାର ପୂର୍ଣ୍ଣତା ଦିଗରେ ସହାୟକ ହେବ’ ବୋଲି ସେ କହିଥିଲେ। ସେହିପରି ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍‌ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଜଣାଇଥିଲେ ନିକଟରେ ଗୁଜରାଟରେ ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ଓ ବର୍ଷକ ମଧ୍ୟରେ ୩୫ହଜାର ପଦବୀ ପୂରଣ କରିବା ଲକ୍ଷ୍ୟ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୨୦୪୭ ସୁଦ୍ଧା ଦେଶକୁ ଉନ୍ନତ ରାଷ୍ଟ୍ରର ମାନ୍ୟତା ଦେବାକୁ ଏହି ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.