ଟ୍ବିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଲୋକପ୍ରିୟ ସୋଶିଆଲ ମିଡିଆ କମ୍ପାନୀ ଟ୍ବିଟରର ମାଲିକାନା ବଦଳିଛି। କମ୍ପାନୀର ନୂଆ ମୁଖ୍ୟ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରରେ ସମସ୍ତେ ନିଜ ନିଜ ମତ ରଖିପାରିବେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ପୂର୍ବରୁ ଟ୍ବିଟରରେ ବ୍ଲକ ହୋଇଛନ୍ତି ସେମାନେ ଅନ ବ୍ଲକ ହେବା ଜରୁରୀ କି ନାହିଁ ଏକ ‘କାଉନସିଲ କମିଟି’ ଦ୍ବାରା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ଏହାପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟ୍ବିଟ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏଲନ ମସ୍କଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳିଛି। ହେଲେ ଟ୍ରମ୍ପ କେତେବେଳେ ଟ୍ବିଟରରୁ ଅନ ବ୍ଲକ ହେଲେ ତାହା ଏବେ ବଡ ପ୍ରଶ୍ନ?

କ୍ୟାପିଟାଲ ହିଲ ଦଙ୍ଗା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରୁ ଆଜୀବନ ନିଷେଧ କରାଯାଇଛି। ଏହା ପରେ ଟ୍ୱିଟର କହିଛି ଯେ ହିଂସାକୁ ଆହୁରି ଉତ୍ତେଜିତ କରିବାର ଆଶଙ୍କା ଥିବାରୁ ଚିରଦିନ ପାଇଁ ଟ୍ବିଟରରୁ ଟ୍ରମ୍ପଙ୍କୁ ବ୍ଲକ କରାଯାଇଛି।

ଟ୍ରମ୍ପ ଟ୍ବିଟରରୁ ବ୍ୟାନ ହେବା ପୂର୍ବରୁ ସେ ଅଧିକ ଫୋଲଅର ଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଥିଲେ। ଆଉ ଡୋନାଲ୍ଡ ଟ୍ରମ୍ପ ଟ୍ବିଟରରେ ଅତ୍ୟନ୍ତ ସକ୍ରିୟ ଥିଲେ।

ଏବେ ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ କମ୍ପାନୀ ଖୋଲିଛନ୍ତି।  ଯାହାର ନାମ “ଟ୍ରୁଥ ସୋସିଆଲ୍” ରହିଛି। ଏହା ପ୍ରାୟତଃ ଟ୍ବିଟର ପରି ଦେଖାଯାଏ ଏବଂ କାମ କରେ। ଟ୍ବିଟରରେ ଗୋଟିଏ ପୋଷ୍ଟକୁ ଟ୍ୱିଟ୍ କୁହାଯାଉଥିବା ବେଳେ ଟ୍ରମ୍ପଙ୍କ ସୋଶିଆଲ ମିଡିଆ କମ୍ପାନୀରେ ଏହାକୁ “ଟ୍ରୁଥ” ବୋଲି କୁହାଯାଏ।

ତେବେ ଏଲନ ମସ୍କ ଦାୟିତ୍ବ ଗ୍ରହଣ କରିବା ପରେ ଟ୍ରମ୍ପଙ୍କ ନାଁରେ ବ୍ଲୁ ଟିକ୍ ଥିବା ଯେଉଁ ପୋଷ୍ଟଟି ଏବେ ଭାଇରାଲ ହୋଇଛି ତାହା ଫେକ୍ ନ୍ୟୁଜ ବୋଲି ଜଣାପଡିଛି। ଖବର ସରବରାହ ସଂସ୍ଥା ଏଏନଆଇ ଏ ନେଇ ସ୍ପଷ୍ଟ କରିଛି। ଏବେ ଅପେକ୍ଷା ଡୋନାଲ୍ଟ ଟ୍ରମ୍ପ କେବେ ଟ୍ବିଟରକୁ ଫେରିବେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.