ବିଭିନ୍ନ ସମସ୍ୟା ନେଇ ଜୁନାଗଡ଼ ବିଧାୟକଙ୍କୁ ଭେଟିଲା ମା’ ମାଣ ପୁରିଆଣୀ ବିକାଶ ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ମା’ ମାଣ ପୁରିଆଣୀ ବିକାଶ ମଞ୍ଚର ପ୍ରତିନିଧି ଦଳ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ତାଙ୍କ ବାସଭବନରେ ସାକ୍ଷାତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିକାଶ ମଞ୍ଚର ସଭାପତି ରାମନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍ଥାନୀୟ ଡାକ୍ତରଖାନା, ମିନି ଷ୍ଟାଡିୟମ୍, ମଧ୍ୟ ଇଂରାଜୀ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ପାନୀୟ ଜଳ, ବିଜୁଳି, ଧାନ ମଣ୍ଡି ଓ ବ୍ଳକ ଗଠନ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବିଧାୟକ ପ୍ରତିନିଧି ଦଳକୁ ଅଞ୍ଚଳର ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପୂର୍ଣ୍ଣ ସହଯୋଗ ଓ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ସଭାପତି ଶ୍ରୀ ପଣ୍ଡାଙ୍କ ବ୍ୟତୀତ ବିକାଶ ମଞ୍ଚର ଉପସଭାପତି ରୁଚେନ ବାଗ, ସଂପାଦକ ହୃଷିକେଶ ସାହୁ, ସହ ସମ୍ପାଦକ ସୁରେନ୍ଦ୍ର ମୋହନ କର, ଯୁବ ସମାଜସେବୀ ମୀନକେତନ ଦଳପତି, ପିତାମ୍ବର ସାହୁ, ଗୋଲାପ ଧଙ୍ଗଡା ମାଝୀ, କ୍ଷେତ୍ର ମୋହନ ସମର୍ଲିଆ, ୱ୍ଵାର୍ଡ ସଭ୍ୟ ଚନ୍ଦ୍ରଶେଖର କର ପ୍ରମୁଖ ସାମିଲ ଥିଲେ । ବିଧାୟକଙ୍କ ଠାରୁ ପ୍ରତିଶୃତି ପାଇବା ପରେ ବିକାଶ ମଞ୍ଚର ପ୍ରତିନିଧି ଦଳ ଅଞ୍ଚଳର ଉନ୍ନତିକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.