ନୂତନ ବର୍ଷର ପ୍ରଥମ ସପ୍ତାହରୁ ମୁଖିଗୁଡା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲରୁ ରବି ଚାଷ ପାଇଁ ହୋଇପାରେ ଜଳସେଚନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆଗାମୀ ନଭେମ୍ବର ମାସ ୦୬ ତାରିଖରେ ବନ୍ଦ ହେବାକୁ ଯାଉଥିବା ବେଳେ ରବି ଋତୁରେ ଜଳସେଚନ ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏକ ଚିଠା ପ୍ରସ୍ତୁତ କରିଥିବା ବିଶ୍ବସ୍ତ ସୂତ୍ରରୁ ସୁଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପରବର୍ତ୍ତୀ ରବି ଜଳସେଚନ ପାଇଁ ଆସନ୍ତା ନୂତନ ବର୍ଷର ପ୍ରଥମ ସପ୍ତାହରୁ ଆରଂଭ କରାଯିବ ପାଇଁ ସ୍ଥିର କରାଯାଇଛି । ରବି ଅବଧି ଇନ୍ଦ୍ରାବତୀ ମେଗା ଲିଫ୍ଟ ଉଠା ଜଳସେଚନ କେନାଲରୁ ମଧ୍ୟ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ଇନ୍ଦ୍ରାବତୀ ପ୍ରକଳ୍ପରୁ ମୋଟ ୧,୨୮.୦୧୨ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ଖରିଫ ଋତୁରେ ୧,୧୫,୫୪୯ ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଉଥିବା ବିଭାଗ ସୁତ୍ରରୁ ସୁଚନା ମିଳିଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି କାର୍ଯ୍ୟ ଆଗକୁ ଆରମ୍ଭ ହେବାକୁ ଥିବାରୁ ରବି ଜଳସେଚନ ବନ୍ଦ ରଖିବାକୁ ଥିବା ବେଳେ ଜଳ ପତ୍ତନର ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ମେଗା ଉଠାଜଳସେଚନ କେନାଲ ପରିସରରେ ଆସିବାକୁ ଥିବା ୨୬ ଗୋଟି ରାଜସ୍ୱ ଗ୍ରାମର ୭,୭୭.୯୨ ହେକ୍ଟର ଜମିରେ ରବି ଚାଷ ପାଇଁ ଜଳସେଚନର ସୁବିଧା କରାଯାଇଥିବା ସୁଚନା ମିଳିଛି । ସେହିଭଳି ବାମ ମୁଖ୍ୟ କେନାଲର କୁସୁମ ଖୁଣ୍ଟି ଡିଭିଜନ ୧ ରୁ ଏବଂ ଧର୍ମଗଡ଼ ଡିଭିଜନ ୨ ସର୍ବ ମୋଟ୍ ୩୮,୨୯୫,୪୮ ହେକ୍ଟର ଜମିରେ ରବି ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବିଭାଗ ସୁତ୍ରରୁ ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.