ଯୀଶୁ ଜଣେ ହିନ୍ଦୁ, ପୁରୀରେ ସେ ୩ ବର୍ଷ କଟାଇଥିଲେ -ଶଙ୍କରାଚାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି । ଯାହା ବିବାଦୀୟ ହୋଇପଡ଼ିଛି । ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି । ନିଜ ଦାବିକୁ ସତ ବୋଲି ପ୍ରମାଣିତ କରିବା ପାଇଁ କିଛି ଯୁକ୍ତି ସେ ରଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଯୀଶୁ ଭାରତରେ ୧୦ ବର୍ଷ କଟାଇଥିଲେ । ବାଇବେଲରେ ଯୀଶୁ ୧୦ ବର୍ଷ ଅଜ୍ଞାତବାସରେ ଥିଲେ । ସେ କେଉଁଠି ଥିଲେ ଉଲ୍ଲେଖ ନାହିଁ । ଏହି ସମୟରେ ସେ ଭାରତରେ ଥିଲେ । ଏହି ୧୦ ବର୍ଷ ମଧ୍ୟରୁ ସେ ପୁରୀରେ ୩ ବର୍ଷ କଟାଇଥିଲେ । ଏହି ସମୟରେ ସେ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ । ଆଉ ଯୀଶୁ ଜଣେ ବୈଷ୍ଣବ ଭକ୍ତ ଥିଲେ । ତେଣୁ ସେ ହିନ୍ଦୁ । ଏହାପରେ ସେ କହିଥିଲେ,  ଏବେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ।

ଶଙ୍କରାଚାର୍ଯ୍ୟଙ୍କ ଏପରି ମନ୍ତବ୍ୟକୁ ଛତିଶଗଡରେ ବିରୋଧ କରାଯାଇଛି । ଶଙ୍କରାଚାର୍ଯ୍ୟ ନିଜ ଧର୍ମରେ ସୀମିତ ରହିବା ଉଚିତ ବୋଲି ଛତିଶଗଡ଼ର ଆର୍କବିଶପ ଭିକ୍ଟର ହେନରି କହିଛନ୍ତି । ସେହିପରି ଖ୍ରୀଷ୍ଟିଆନ ସଂଘର ସଭାପତି ଅରୁଣ ପାନ୍ନାଲାଲ କହିଛନ୍ତି, ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି ତାହାର କୌଣସି ପ୍ରମାଣ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.