ପୁଣି ଅଡ଼ୁଆରେ ମନୀଷ ସିସୋଦିଆ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଫସିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ପୁଣି ବିପଦ ଘନେଇଛି । ତାଙ୍କ ବିରୋଧରେ ସାକ୍ଷୀ ଦେବାକୁ ତାଙ୍କ ସହଯୋଗୀ ରାଜି ହୋଇଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ  ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ତଦନ୍ତ କରୁଥିବା ସିବିଆଇକୁ ମନୀଷଙ୍କ ସହଯୋଗୀ ଦୁର୍ନୀତି ହୋଇଥିବା ନେଇ ତଥ୍ୟ ଦେଇଛନ୍ତି । ମନୀଷଙ୍କ ବିରୋଧରେ ଥିବା ତଥ୍ୟକୁ ସେ ସାକ୍ଷୀଭାବେ କୋର୍ଟରେ ସମର୍ଥନ କରିବାକୁ ରାଜି ହୋଇଥିବାରୁ ମନିଷଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । ମଦ ଦୁର୍ନୀତି ମାମଲାରେ ସହ ଅଭିଯୁକ୍ତ ଥିବା ଦିନେଶ ଆରୋରା ରାଜ ସାକ୍ଷୀ ହେବାକୁ ରାଜି ହେବା ମାନେ ହେଉଛି ମନୀଷ ସିସୋଦିଆଙ୍କୁ ମଧ୍ୟ ସିବିଆଇ  ଗିରଫ କରିପାରେ ଏବଂ ତଦନ୍ତ ପରିସରଭୂକ୍ତ କରି ଜେରା କରିପାରେ । ଯେହେତୁ ଏଥିରେ ଆର୍ଥିକ କାରବାର ରହିଛି ଇଡି ମଧ୍ୟ ଏଥିରେ ଖୋଳତାଡ଼ କରିପାରେ ।  ମଦ ଦୁର୍ନୀତିର ଅନ୍ୟତମ  ଅଭିଯୁକ୍ତ ମନୀଷ ସିସୋସିଆଙ୍କ ଅଡ଼ୁଆ ଆଗାମୀ ଦିନରେ  ବଢିବାର ସମ୍ଭାବନା ଅଧିକ ରହିଛି । ସେପଟେ ଅଭିଯୁକ୍ତ ଆରୋରା ଏହି ମାମଲା ସଂପର୍କିତ ସବୁ ପ୍ରକାରର ତଥ୍ୟ ପ୍ରଦାନ ରାଜି ହୋଇଥିବାରୁ ତାଙ୍କ କ୍ଷମା ଆବେଦନ ଉପରେ କୋର୍ଟ ବିଚାର କରିପାରନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.