ଚକଡ଼ା ପୋକର କ୍ଷୟକ୍ଷତି ଆକଳନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ ବୁଧବାର କୃଷି ଓ କୃଷକ କଲ୍ୟାଣ ସମିତି ଧର୍ମଗଡ଼ ଉପଖଣ୍ଡ ଆବାହକ ଲକ୍ଷ୍ମୀକାନ୍ତ ବାଗ (ମୁନା)ଙ୍କ ନେତୃତ୍ବରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ବ୍ଳକର କାଉଡୋଲା, ବଡପୋଡାଗୁଡା, ମହାଜନଗୁଡା, ସିଉନୀ, ବରାଡଙ୍ଗା, କେନ୍ଦୁଡଙ୍ଗରୀ, ବାଞ୍ଜିବାହାଲ, କୁମୁଡାମୁଣ୍ଡା ଆଦି ଗ୍ରାମର ଚାଷୀଙ୍କ କ୍ଷେତରେ ଚାଷ ଅମଳ ବେଳକୁ ଚକଡ଼ା ପୋକ ଯୋଗୁଁ ଏକର ଏକର ଚାଷ ନଷ୍ଟ ହୋଇଛି । ଫଳରେ ଚାଷୀମାନେ ଚକଡ଼ା ପୋକ ନିରାକରଣ ନିମନ୍ତେ ଅନେକ ପ୍ରକାରର କିଟ ନାଶକ ପ୍ରୟୋଗ ପରେ ମଧ୍ୟ କୈାଣସି ଫଲପ୍ରଦ ହୋଇନାହିଁ । ଚଳିତ ବର୍ଷ ଭଲ ଫସଲ ହେବା ଆଶା ନେଇ ଚାଷୀ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ଠାରୁ ଋଣ କରି ଚାଷ କରିଥିବାବେଳେ ଚାଷୀଙ୍କ ସୁନାର ଫସଲକୁ ଚକଡ଼ା ପୋକ ଉଜାଡି ଦେଇଛି । ଯାହା ଫଳରେ ଚାଷୀମାନେ କେମିତି ଧାର କରଜ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ତେବେ ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ କୋକସରା ବ୍ଲକର ୮ ଗୋଟି ପଞ୍ଚାୟତର ଚାଷୀମାନେ ଏକତ୍ରିତ ହୋଇ ସ୍ଥାନୀୟ ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟ ନିକଟରୁ ଏକ ରାଲିରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ପରେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଯଦି ସରକାର ଦାବି ଗୁଡ଼ିକ ପୂରଣ ନକଲେ ତହସିଲ କାର୍ଯ୍ୟାଳୟ ବନ୍ଦ କରାଯିବା ସହ ରାଜ ରାସ୍ତାକୁ ଓହ୍ଲେଇବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ରାଲିରେ ଚାଷୀ ପଦ୍ମ ଲୋଚନ ନାଏକ, ଦେବରାଜ ନାଏକ, ନବୀନ ସାହୁ, ଯାଦବ ସାହୁ,‌ ପୁରୁଷୋତ୍ତମ ସୁନାନୀ, ଉପେନ୍ଦ୍ର ବେମାଲ,‌ ଜିତୁ ପଣ୍ଡା, କାମଦେବ ମାଝୀ, ରାଏସିଂ ମାଝୀ, ମନୁ ମାଝୀ, ଗୀରିଧାରୀ ମାଝୀ, ପଦ୍ମଲୋଚନ ମାଝୀ, ତାରାଚନ ମାଝୀ, ସୁଧୀର ନାଏକ, କୃତ୍ତି ନାଏକ, ଚିତ୍ରସେନ ମାଝୀ, ନରେନ୍ଦ୍ର ପ୍ରଧାନୀ, ଯତିନ୍ଦ୍ର ସାଗର, ନବୀନ ପ୍ରଧାନୀ ସମେତ ବିଭିନ୍ନ ପଞ୍ଚାୟତର ଚାଷୀମାନେ ସାମିଲ ହୋଇଥିଲେ । ଏନେଇ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ପଚାରିବାରୁ ଚକଡ଼ା ପୋକ କ୍ଷୟକ୍ଷତି ପାଇଁ ୮ ପଞ୍ଚାୟତର ଲୋକେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜସ୍ବ ବିଭାଗ ଓ କୃଷି ବିଭାଗର ମିଳିତ ତଦନ୍ତ ଚାଲିଛି, କାହାର କେତେ କ୍ଷତି ହୋଇଛି ଆକଳନ ପରେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ରିପୋର୍ଟ ପଠାଯିବ ଏବଂ ସେଠାରୁ ଅନୁମୋଦନ ହେଲାପରେ ଜାହାର ଯେତେ ଟଙ୍କା ହେବ ସେ ଅନୁସାରେ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.