ପର୍ଶୁରାମ ସେନା ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ପର୍ଶୁରାମ ସେନା ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୀତବସ୍ତ୍ର ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗମ୍ଭାରୀଗୁଡା ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥିବା ସମସ୍ତ ଶିଶୁ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ସହ ଜଳପାନ ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ଆଶ୍ରମ ପରିଚାଳକ ଶ୍ୟାମ ସୁନ୍ଦର ଜାଲଙ୍କୁ ମଧ୍ୟ ଏତେ ଅନାଥଙ୍କ ନାଥ ବୋଲି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରେଶ ମୁଣ୍ଡ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ଼ ଏନଏସି ଉପାଧ୍ୟକ୍ଷା ମାନିଶା ମିଶ୍ର, ଡମ୍ବରୁଧର ଠାକୁର, ଅଜିତ କୁମାର ପଣ୍ଡା, ପ୍ରସନ୍ନ ଅଗସ୍ତି, ବିବେକ ମିଶ୍ର, ବିଶ୍ୱ ରଞ୍ଜନ ପାତ୍ର, ଚନ୍ଦନ ପାତ୍ର, ମାନସ ଆଚାର୍ଯ୍ୟ, ଶାଶ୍ୱତ ପାତ୍ର, ଅଙ୍କିତ ପଣ୍ଡା, ବ୍ରଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.