କେସିଙ୍ଗା: ଅର୍ଚ୍ଚନା ନାଗଙ୍କ ବାପ ଘରେ ଇଡି ରେଡ୍

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାଗ ଫାଶର ଗୁମର ଖୋଳିବ ଇଡି । ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ବାପା ଘରେ ଇଡି ଟିମ୍ ରେଡ୍ କରିଛି । ସୂଚନା ଅନୁସାରେ କେସିଙ୍ଗା ଆମ୍ବେଦକର ଛକ ନିକଟରେ ଥିବା ଅର୍ଚ୍ଚନାଙ୍କ ବାପ ଘରର ଦୁଇ ମହଲା କୋଠା ଉପରେ ଆଜି ସକାଳ ୮ ଘଣ୍ଟା ସମୟରୁ ଇଡି ଟିମ୍ ଚଢ଼ାଉ କରିଛନ୍ତି । ଦୁଇଟି ଇନୋଭା ଗାଡ଼ିରେ ଇଡି ଟିମ୍ ଓ ସିଆରପିଏଫ ଯବାନମାନେ ଆସି ପହଞ୍ଚିଥିଲେ। ତିନି ଘଣ୍ଟାରୁ ଅଧିକ ସମୟ ହେଲାଣି ଇଡି ଅଧିକାରୀମାନେ ଘର ଭିତରେ ତଦନ୍ତ ଚଳାଇଥିବା ବେଳେ କୋଠାର ଚାରି ପାଖରେ ସିଆରପିଏଫ ଟିମ୍ ଜଗି ରହିଚନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଇଡି ର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.