ରାଗିଂ: ଅର୍ଦ୍ଧନଗ୍ନ କରାଇ କାଦୁଅରେ ଗଡିବାକୁ କହିଲେ ସିନିୟର

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ରାଗିଂ କରିବା ନାଁରେ ସୀମା ଡେଇଁଲେ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହୋଇଥିବା ଏକ ରାଗିଂ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାପରେ କଲେଜ କର୍ତ୍ତୃପକ୍ଷ ଅନେକ ଛାତ୍ରଛାତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) ର ସାତଜଣ ବରିଷ୍ଠ ଏମବିବିଏସ ଛାତ୍ର ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି । ଭେଲୋର କଲେଜର ଜୁନିଅର ଛାତ୍ରଛାତ୍ରୀଙ୍କ ରାଗିଂ ପାଇଁ କଲେଜ ମ୍ୟାନେଜମେଣ୍ଟ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଜଣେ ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଏହି ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଏବଂ ତାଙ୍କର ଅନ୍ୟ ସାଥୀମାନେ ସିନିୟରମାନଙ୍କ ଦ୍ୱାରା ରାଗିଙ୍ଗର ଶିକାର ହୋଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଜୁନିୟରମାନଙ୍କୁ କଲେଜ ହଷ୍ଟେଲ ବାହାରେ କାଦୁଅରେ ଆଣ୍ଠୁମାଡି କାଦୁଅରେ ଗଡିବାକୁ କୁହାଯାଉଥିଲା। ସେହିପରି ଏକ ପାଣି ପାଇପ୍ ମାଧ୍ୟମରେ ସେମାନଙ୍କ ଉପରେ ପାଣି ସ୍ପ୍ରେ କରାଯାଉଛି । ଏପରିକି ଜୁନିଅର ଛାତ୍ରଛାତ୍ରୀ ଶାରୀରିକ ତଥା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏମବିବିଏସ ପ୍ରଥମ ବର୍ଷର ଛାତ୍ରଙ୍କ ପୋଷ୍ଟକୁ ଜଣେ ଡାକ୍ତର ଟ୍ୱିଟ୍ କରି ଭାଇରାଲ କରିବା ପରେ ବରିଷ୍ଠ ଛାତ୍ରଙ୍କ ବିରୋଧରେ ମ୍ୟାନେଜମେଣ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସାତ ଜଣ ବରିଷ୍ଠ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି । ଏହାକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.