ଶିଶୁ ଦିବସ

✍🏼 ବିଶ୍ବବିଜୟୀ ଦାଶ

ପ୍ରତ୍ୟେକ ବର୍ଷ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ।ଦେଶର କୋଣ ଅନୁକୋଣରେ,ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଇଥାଏ। ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶ ପାଳୁଛି ଏହି ମହାନ ଦିବସ। ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ କରାଯାଇଥାଏ ସ୍ୱତନ୍ତ୍ର ବ୍ୟବସ୍ଥା।

Omkar Vasthu
Omkar Vasthu

ଭଗବାନଙ୍କ ସୁନ୍ଦର ସୃଷ୍ଟିରେ ଶିଶୁଟିଏ ଅମୃତ ସଦୃଶ୍ୟ। ଜୀବନ ସଂଗଠନରେ ଶିଶୁର ଭୂମିକା ଯେତେ ପ୍ରଭାବଶାଳୀ ହୁଏ, ସମାଜ ଓ ଦେଶର ଭବିଷ୍ୟତ ସେତେ ଉଜ୍ଜ୍ବଳ ହୁଏ। ଆଜିର ଶିଶୁ ଭବିଷ୍ୟତରେ ଦେଶର ନାଗରିକ ଟିଏ ହୋଇଥାଏ।ତା’ର ସରଳ ନିଷ୍ପାପ ହସରେ, ଚ଼ାଲିରେ, ଛନ୍ଦ କପଟ ହୀନତାର ସମାହାର ତାକୁ ବାଟ କଢ଼େଇ ନିଏ ଆଗକୁ ଆଗକୁ। ଶିଶୁ କେବଳ ବାପା, ମାଆ ବା ନିଜ ଆତ୍ମୀୟଙ୍କର ନୁହେଁ, ସେ ସମସ୍ତଙ୍କର ପ୍ରିୟ।
ସ୍ନେହ ଶ୍ରଦ୍ଧାର ପାତ୍ର ସଦାବେଳେ ଶିଶୁଟିଏ ହୋଇଥାଏ। ଭଗବାନଙ୍କ ପ୍ରଦତ୍ତ ସ୍ନେହ ଶ୍ରଦ୍ଧାର ଏକ ବଡ଼ ଭାଗ ଶିଶୁ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥାଏ।

Pearl dental clinic
Near Ashish Medical Store, Bhawanipatna

ଶିଶୁ ଟିଏ ବଡ଼ ହେଲା ପରେ ସମାଜ ନିର୍ମାଣ ରେ ସକ୍ରିୟ ଅଂଶ ଗ୍ରହଣ କରିଥାଏ। ଶିଶୁର ସରଳତା, କପଟହୀନତା ଓ ଈର୍ଷା ଶୂନ୍ୟତା ହେଉଛି ଈଶ୍ବରଙ୍କ ମହାର୍ଘ୍ୟଦାନ।ଗଭୀର ସ୍ନେହ, ସୌହାର୍ଦ୍ଦ୍ୟ ଭିତରେ ପରିବାରରେ ପିଲାଟି ବଢ଼ି ତା’ର ଶାରୀରିକ, ମାନସିକ ଓ ନୈତିକ ଜୀବନର ମୂଳଦୁଆ ପଡ଼ିଥାଏ।ପରବର୍ତ୍ତୀ ଜୀବନରେ ପରିବାରର ପ୍ରଭାବ ତା’ର ଜୀବନଧାରାକୁ ସଂଚ଼ଳିତ କରିଥାଏ। ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ। ଏକ ଶାନ୍ତ, ସୁସଂପନ୍ନ, ସ୍ନେହାସିକ୍ତ ପରିବାରରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତର ସୁନାଗରିକ ଓ ସୁସଂହତ ସମାଜ ସଂଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶିଶୁ ଅନୁକରଣ ପ୍ରିୟ। କେବଳ ଉପଦେଶ ଦେଲେ ବା ବୁଝାଇଲେ ଯାହା ହୋଇପାରେନା ତାକୁ କାର୍ଯ୍ୟରେ କରି ଦେଖାଇଲେ ତାହା ଶିଶୁର ମନକୁ ଛୁଇଁଯାଏ। ତେଣୁ ଶିଶୁ ଉପଯୁକ୍ତ ଆଦର୍ଶ ଦ୍ବାରା ପ୍ରଭାବିତ ହୋଇ ଭବିଷ୍ୟତରେ ସମାଜରେ ପ୍ରତିଷ୍ଠିତ ହୋଇଥାଏ।

Udyog Nursery
Udyogi Nursery

ଶିଶୁ ଟି ଜାତିର ଭବିଷ୍ୟତ ପାଇଁ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ଉଚ୍ଚନୈତିକ ମୂଲ୍ୟବୋଧ ଶିକ୍ଷା ଦେବାର ଆବଶ୍ୟକତା ପଡ଼େ।ସେମାନଙ୍କ ପ୍ରତି ଏକ ସ୍ବତନ୍ତ୍ର ଦାୟିତ୍ବବୋଧ ରହିଲେ ଭବିଷ୍ୟତରେ ସେମାନେ ପରିପୂର୍ଣ୍ଣ ରୂପେ ବିକଶିତ ହୋଇ ସୁନାଗରିକ ହୋଇପାରିବେ। ଶିଶୁ ମାନେ ହେଉଛନ୍ତି ଦେଶ ର ଶକ୍ତି ଓ ପ୍ରଗତି ର ସୂତ୍ରଧର। ଆଜିର ଯିଏ ଶିଶୁ, ଭବିଷ୍ୟତରେ ସେ ଦେଶର ନାଗରିକ ଓ ଦେଶ ଗଠନର କର୍ଣ୍ଣଧାର। ଆଜି ପବିତ୍ର ଶିଶୁ ଦିବସ ଅବସରରେ ସମସ୍ତ ଶିଶୁ ମାନଙ୍କୁ ସ୍ନେହ ଭରା ଶୁଭେଚ୍ଛା।

ଯୁବ ସ୍ତମ୍ଭକାର
ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.