ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ମୋଟେର ଜୟପାଟଣା ରାଜ୍ୟ ରାଜପଥ ବାନେର ନିକଟରେ ଦୁଇ କାର ମଧ୍ୟରେ ଦୂର୍ଘଟଣା ହୋଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଲଡୁ ଗାଁ ମିଲ ମାଲିକ ବିଜୟ ଅଗ୍ରୱାଲଙ୍କ କାର୍ (ନମ୍ବର OD08H5001) ବାନେର ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ବିପରିତ ଦିଗରୁ ଜୟପାଟଣା ଅଭିମୁଖେ ଯାଉଥିବା କାର୍ (ନମ୍ବର OD02AZ2597) ଠିଆ ହୋଇଥିବା କାର୍ କୁ ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାର୍ ଚାଲକ ଜୟପାଟଣା ପଞ୍ଜାବ ନେସନାଲ ବ୍ୟାଙ୍କର ଶାଖା ପରିଚାଳକ ଅଳ୍ପକେ ରକ୍ଷା ପାଇ ଯାଇଥିବା ସୁଚନା ମିଳିଛି।ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି।