ମହିଳା ରୋଗୀଙ୍କୁ ଡାକ୍ତରଙ୍କ ମାଡ ଅଭିଯୋଗ: ରାସ୍ତା ଅବରୋଧ କଲେ ପରିବାରବର୍ଗ ଓ ଯାଦବ ସମାଜ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ତ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ମହିଳାକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଧର୍ମଗଡ଼ ରାଜରାସ୍ତା ଅବରୋଧ କରିଥିଲେ ପରିବାର ବର୍ଗ ଓ ଯାଦବ ସମାଜ। ସୂଚନା ଅନୁସାରେ, ଧର୍ମଗଡ଼ କେବଡିପଡାର ସ୍ୱରସ୍ବତୀ ବାଗ ଅସ୍ତ୍ରୋପଚାର ପାଇଁ ଧର୍ମଗଡ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ହେଲେ ଧର୍ମଗଡ଼ ଡାକ୍ତରଖାନାର ଡାକ୍ତର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବାସହ ମାଡ ମାରିଥିଲେ ବୋଲି ପରିବାର ଲୋକେ ଧର୍ମଗଡ଼ ଥାନାରେ ଅଭିଯୋଗ କରିଛନ୍ତିି। ଅନ୍ୟପକ୍ଷରେ ଧାରଣାସ୍ଥଳକୁ ଧର୍ମଗଡ ଉପଖଣ୍ତ ଆରକ୍ଷୀ ଅଧିକାରୀ ଓ ଧର୍ମଗଡ଼ ଥାନା ଅଧିକାରୀ, ଆସିଷ୍ଟେଣ୍ଡ ଉପଜିଲ୍ଲାପାଳ ପ୍ରମୁଖ ଆସି ଶୀଘ୍ର ତଦନ୍ତ କରି କାର୍ଯନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରତିଶ୍ରୁତି ଦେବାପରେ ପରିବାର ବର୍ଗ ଓ ଯାଦବ ସମାଜ ରାସ୍ତା ଅବରୋଧରୁ ଓହରି ଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.