ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାୟତ୍ରୀ ନଗରରେ ଶିଶୁ ଦିବସ ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/  ରାୟଗଡା (ଶିବ ନାରାୟଣ ଗୈାଡ): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାୟତ୍ରୀ ନଗର ରାୟଗଡ଼ା ଠାରେ ମହାସମାରୋହରେ ଶିଶୁ ଦିବସ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ସମାଜ ସେବୀ ଶ୍ରୀମତୀ ପ୍ରୀୟମ୍ବଦା ରଥ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ,ସହ-ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମୀନତି ନନ୍ଦ ତଥା ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ। ଆଜିର ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ୫୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇ ଭଉଣୀ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଶ୍ରୀମତୀ ପ୍ରୀୟମ୍ବଦା ରଥ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଦର୍ଶ ଓ ଛୋଟ ଛୋଟ ଶିଶୁମାନଙ୍କ ପ୍ରତି ଥିବା ଅଭୁଲା ସ୍ନେହ ଓ ଭଲପାଇବାର ସ୍ମୃତି ବିଷୟରେ ଆଲୋକପାତ କରି ସର୍ବମାନ୍ୟରେ ଗୃହୀତ ଚାଚା ନେହେରୁ ଙ୍କ ବିଷୟରେ ଅନେକ କଥା ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଏହି କାର୍ଯ୍ୟକ୍ରମ ରେ କାହାଣୀ ମାଧ୍ୟମରେ ଅନେକ ନୀତି ବାଣୀ ଓ ଆଶ୍ରୀବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଉପରାନ୍ତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଘୋଷ ବାହିନୀ ଦ୍ଵାରା ଏକ ଭବ୍ୟ ଘୋଷ ପଥ ସଞ୍ଚଳନ ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରୁ ବାହାରି ଇନ୍ଦିରା ନଗର ,କଲେଜ ଛକ,ଲିଙ୍କ ରୋଡ଼ ଦେଇ ବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରି ସମାରୋପ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ପୂରସ୍କୃତ କରାଯାଇଥିଲା। ଏହି ଘୋଷ ପଥ ସଞ୍ଚଳନ ବିଦ୍ୟାଳୟ ର ସମ୍ପାଦକ ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ସଭାପତି ଶ୍ରୀଯୁକ୍ତ ହରୀଶ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରମେଶ କୁମାର ନନ୍ଦ, ଶ୍ରୀମତୀ ପ୍ରଣୀତା କୁମାରୀ ନାୟକ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଧୀର କୁମାର ନେଗୀ,ସହ-ପ୍ରାନ୍ତ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂପର୍କ ପ୍ରମୁଖ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ଓ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ମୁରଲୀଧର ବେହେରା ତଥା ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ପଥ ସଞ୍ଚଳନ ରେ ଭାଗ ନେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.