ଓଡ଼ିଶା ସାମ୍ବାଦିକ ସଂଘ OJU ପକ୍ଷରୁ ୧୦ଦଫା ଦାବି ନେଇ ଭୁବନେଶ୍ୱରରେ ବିକ୍ଷୋଭ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ରାଜ୍ୟ ତମାମ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବହୁବିଧ ମୌଳିକ ସମସ୍ୟାଗୁଡିକର ଆଶୁ ସମାଧାନ ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂଘୀୟ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ (ODISHA JOURNALISTS UNION-OJU) ରାଜ୍ୟ କାର୍ଯ୍ୟକାରୀ କମିଟି ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ରାଜ୍ୟର ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବହୁବିଧ ସର୍ବନିମ୍ନ ମୌଳିକ ସମସ୍ୟା ଗୁଡିକୁ ଦୂର କରିବା ନିମନ୍ତେ ୧୦ଦଫା ଦାବିରେ ଏକ ବିକ୍ଷୋଭ ଶୋଭାଯାତ୍ରା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ କଂଗ୍ରେସ ଭବନ ନିକଟରୁ ଲୋୟର ପି.ଏମ.ଜି. ଛକ ପର୍ଯ୍ୟନ୍ତ ଆୟୋଜନ କରାଯିବା ସହିତ ମହାମାନ୍ୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ଅନ୍ୟମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଉଲ୍ଲିଖିତ ଦାବିଗୁଡ଼ିକ ହେଉଛି ରାଜ୍ୟରେ ସାମ୍ବାଦିକମାନଙ୍କ ପ୍ରତି ବୃଦ୍ଧିପାଉଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ସ୍ବତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବ। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ରାଶି ବାର୍ଷିକ ୨ଲକ୍ଷ ଟଙ୍କାରୁ ଅନ୍ୟୁନ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ। ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ରାଶି ୪ଲକ୍ଷ ଟଙ୍କାରୁ ଅନ୍ୟୁନ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହିତ ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ସୀମା (Term & condition) ଉଠାଇ ନିଆଯାଉ। ସମ୍ବେଦନଶୀଳ ଘଟଣା ବା ସ୍ଥାନରେ ସାମ୍ବାଦିକଙ୍କ କାର୍ଯ୍ୟ କରିବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି.) ପ୍ରଣୟନ କରି ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉ। ଅବସର ପରେ ସାମ୍ବାଦିକମାନଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ । ସରକାରଙ୍କ ଦ୍ବାରା ଘୋଷିତ ସାମ୍ବାଦିକଙ୍କ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ଜନୀତ ବିଧି ବ୍ୟବସ୍ଥାର ସରଳୀକରଣ କରାଯାଉ । ସାମ୍ବାଦିକ ଅସ୍ବୀକୃତି ନୀତି (Accrediation Policy)ର ସରଳୀକରଣ କରି ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରାଯାଉ। ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରିହାତି ଦରରେ ସରକାରୀ ଘରଭଡା ଯୋଗାଇ ଦିଆଯାଉ କିମ୍ବା ପ୍ରେସ କଲୋନୀ ପ୍ରତିଷ୍ଠା କରି ଗୃହ ଯୋଗାଇ ଦିଆଯାଉ। ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିରୁ ଅତି କମରେ ୨ପ୍ରତିଶତ ଲେଭି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର କଲ୍ୟାଣରେ ବିନିଯୋଗ କରାଯାଉ। ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୈତିକ, ପାରିବାରିକ, ଗୋଷ୍ଠୀଗତ, ଅନୁଷ୍ଠାନିକ ସୁରକ୍ଷା ଆଦି ଦିଗରେ ବୈଚାରିକ ସମନ୍ଵୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନର ମୁଖ୍ୟ ବା ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆଯାଉ।

Udyog Nursery
Udyogi Nursery

ଏହି ବିକ୍ଷୋଭ ଶୋଭାଯାତ୍ରାରେ ଓଡିଶା ସାମ୍ବାଦିକ ସଂଘ (ODISHA JOURNALISTS UNION-OJU)ର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ସୁଶାନ୍ତ କୁମାର ମହାପାତ୍ର, ରମଣୀ ରଞ୍ଜନ ଦାସ, ରାଜ୍ୟ ସଂଗଠନ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ରାଜ୍ୟ ସହସମ୍ପାଦକ ବାଙ୍କ ବିହାରୀ ବିଶୋଇ, ରାଜକିଶୋର ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ପ୍ରମୁଖଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୟୁନିୟନର ବହୁ କାର୍ଯ୍ୟକାରୀ ସଦସ୍ୟ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.