କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘ ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ଲେଖିକା ଡକ୍ଟର ସୁନିତି ମୁଣ୍ଡ ଓ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଉପସ୍ଥିତ ଥିଲେ। ସାମ୍ବାଦିକ ମାନଙ୍କୁ ଲୋକଙ୍କର ସମସ୍ୟା ଉପରେ ଗୁରୁତ୍ବ ଦେଇ ପ୍ରଶାସନ ପାଖରେ ନିଜ ଅଞ୍ଚଳର ସମସ୍ୟା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ସିଂ। ଏହି ଅବସରରେ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଧର୍ମଗଡ଼ ସମାଜ ପ୍ରତିନିଧି ଲକ୍ଷପତି ଜାଲଙ୍କୁ ‘ସାମ୍ବାଦିକ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ବାଣିଜ୍ୟ +୩ ରେ ବିଶ୍ଵ ବିଦ୍ୟାଳୟ ସ୍ଵର୍ଣ୍ଣ ପଦକ ବିଜେତା ରିଙ୍କି ରାଏଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ମହାସଂଘ ତରଫରୁ ସ୍କୁଲ ଓ କଲେଜରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବରୁଧର ଭୋଇ, ମଧୁ ସିନ୍ଦୂର, ଯଯାତି କେଶରୀ ଦେଓ, ସଂଗ୍ରାମ ଦେଓ, ବଳରାମ ନାଏକ, ମନୋଜ ସିଂ, ପ୍ରିତେଶ୍ ପଟେଲ, ଦୟା ସୁନାନି, ଅର୍ଜୁନ ପୋଡ, ଆଗା ଜାନ୍, ବିନୋଦ ଜୈନ, ତେଜରାଜ ସାହୁ, ମଧୁସୂଦନ ଠାକୁର, ଶିବପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୟା ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.