ବିମାନରେ ଯାତ୍ରା କରୁଥିଲେ କୁକୁର, ଲାଣ୍ଡିଂ ସମୟରେ ଘଟିଲା ଭୟଙ୍କର ଦୁର୍ଘଟଣା

ଓଡ଼ିଆ ବାର୍ତ୍ତା/ ଭିସ୍କାନ୍ସିନ: ବିମାନରେ ଯାଉଥିଲେ କୁକୁର । ଗୋଟିଏ ବା ୨ଟି ନୁହେଁ, ୫୩ କୁକୁର କରୁଥିଲେ ବିମାନଯାତ୍ରା । କୁକୁରଙ୍କ ସହ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ହେଲେ ଲାଣ୍ଡ କରୁ କରୁ ବିମାନ କ୍ରାଶ ହୋଇଗଲା । ଲାଣ୍ଡ କରିବା ସମୟରେ ନିକଟରେ ଥିବା ଗଛକୁ ଧକା ଦେଇ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲା ।  ତେବେ ଏଥିରେ ଥିବା କୁକୁରମାନେ ସୁରକ୍ଷିତ ଅଛନ୍ତି । ଆହତ ଅବସ୍ଥାରେ ସେମାନଙ୍କୁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦୁର୍ଘଟଣା ଘଟିଛି ଆମେରିକାର ଭିସ୍କାନ୍ସିନରେ ।ସ୍ଥାନୀୟ ମିଡିଆ ଖବର ଅନୁସାରେ, ମଙ୍ଗଳବାର ୯ଟାରେ ଏହି ଦୁର୍ଘଟଣା ଘଟିଥିଲା । ଡବଲ ଇଞ୍ଜିନର ଏହି ଛୋଟ ବିମାନ ଲାଣ୍ଡ କଲାବେଳେ ପଶ୍ଚିମ ଲେକ୍୍ ଗଲଫ କୋର୍ସର ବୃକ୍ଷକୁ ଧକ୍କା ଦେଇ ଘୋଷାଡ଼ି ହୋଇ ଯାଇଥିଲା । ଅନେକ ଗଛ ଉପୁଡ଼ି ଯିବା ସହ ଏହାଦ୍ୱାରା ବିମାନଟି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷରୁ ପାଖାପାଖି ୩୦୦ ଗ୍ୟାଲନ ଇନ୍ଧନ ବୋହି ଯାଇଛି । ସ୍ଥାନୀୟ ଫାୟାର ଆଣ୍ଡ ରେସ୍କ୍ୟୁ ବିଭାଗ ପକ୍ଷରୁ କୁହାଯାଇଛି,  ଏହା ଏକ ଭୟଙ୍କର ଲାଣ୍ଡି ଥିଲା । ବିମାନଟି ଗଛ ଉପରେ ପଡିଥିଲା । ବିମାନର ଡେଣା କଟି ଏୟାରକ୍ରଫ୍ଟରୁ ଅଲଗା ହୋଇ ଯାଇଥିଲା । ଫଳରେ ବିମାନଟି କେତେ ସହ ଫୁଟ ଦୂରକୁ ଘେଷାଡି ହୋଇ ଯାଇ ଅଟକି ଯାଇଥିଲା । ଘରୋଇ ସଂସ୍ଥା ହ୍ୟୁମାନ ଏମିମଲ ରେସ୍କ୍ୟୁ ସୋସାଇଟିର କର୍ମଚାରୀ ଗଲ୍ଫ କୋଚରେ ପହଞ୍ଚି ବିମାନରୁ କୁକୁରଙ୍କୁ ବାହାର କରିଥିଲେ । ଏପରିକି ସେମାନେ ସୋସିଆଲ ମିଡିଆରେ କୁକରଙ୍କ ପାଇଁ ଡୋନେସନ ପାଇଁ ଦାବି ରଖିଛନ୍ତି  । ଆହତ କୁକୁରଙ୍କ ଚିକିତ୍ସା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.