ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ପାଠକ ମଞ୍ଚ ନର୍ଲା ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ‘ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା, ପାଠକୀୟ ଉତ୍ତରଦାୟିତ୍ୱ ଓ ସାମ୍ବାଦିକର ଭୂମିକା’ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନର୍ଲାରୋଡ ସ୍ଥିତ ହୋଟେଲ ବିକ୍ରମରେ ଥବିରାମ ବୁଦ୍ଧିଆଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମୁଲ୍ୟବୋଧଭିତ୍ତିକ ସାମ୍ବାଦିକତା ଉପରେ ନିଜ ନିଜର ମତ ରଖିଥିଲେ। ଚିତ୍ତରଞ୍ଜନ ରଣା ମଞ୍ଚ ପରିଚାଳନା କରିଥିବାବେଳେ କୁମୁଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ବୁଧେନ୍ଦ୍ର ପ୍ରତାପ ସିଂଦେଓ, କବି ପଦ୍ମଲୋଚନ ମିଶ୍ର, ବିଭୁତି ଭୂଷଣ ମହାକୁଡ଼, ପୂର୍ବତନ ବିଧାୟକ କୁମରମଣି ଶବର, କନ୍ଧ ସଂସ୍କୃତି ଗବେଷକ ମେଦିନିଧର ଜାନୀ, ବରିଷ୍ଠ ଆଇନଜୀବି କୁବେର ସାହୁ, ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମିର ଚାନ୍ଦ, ସରକାରୀ ଓକିଲ ସଞ୍ଜୟ ଧଙ୍ଗଡାମାଝୀ, ଶିକ୍ଷାବିତ୍ ଅନାଦି ଗିରି, ଗିରିଧାରୀ ଗଉଡ, ମଧୁସୂଦନ ରାଉତ, ସନ୍ତୋଷ କର, ଅଧ୍ୟାପିକା ବାସନ୍ତୀ ସାହୁ, ନଗେନ୍ଦ୍ର ପ୍ରଧାନ, କଲ୍ୟାଣ ସାହୁ ପ୍ରମୁଖଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।