କୋକସରାରେ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ

ସାମ୍ବାଦିକତା ବୃତ୍ତିନୁହେଁ ଏହା ଏକ ବ୍ରତହେଉ -ମୁଖ୍ୟବକ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କୋକସରା ସାମ୍ବାଦିକ ସମୂହ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସାମ୍ବାଦିକ ଚକ୍ରଧର ବେଶ୍ରାଙ୍କ ସଭାପତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଯୋଗଦେଇ ସାମ୍ବାଦିକ ହେଉଛନ୍ତି ଅସହାୟଙ୍କ ସହାୟକ, ଅନ୍ଧଙ୍କ ଆଶା ବାଡି ବୋଲି ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟବକ୍ତା ଭାବେ ଅଧ୍ୟାପକ, ପ୍ରାବନ୍ଧିକ ତଥା ଗବେଷକ ମୋହନ ଚରଣ ବିଶି ଯୋଗଦେଇ ସାମ୍ବାଦିକତା ବୃତ୍ତିନୁହେଁ ଏହା ଏକ ବ୍ରତହେଉ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ନାରୀନେତ୍ରୀ ଲିଳୋତ୍ତମା ନାଏକ, କୋକସରା ଅତିରିକ୍ତ ତହସିଲଦାର ମୋହନ ଜେନା, ସାମ୍ବାଦିକ ତଥା ସମାଜସେବୀ ଆଶୁତୋଷ ପୁରୋହିତ, ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସାମ୍ବାଦିକ ସୂରକ୍ଷା ଓ ଏକତା ଉପରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ସାମ୍ବାଦିକ ଚନ୍ଦ୍ରଧ୍ବଜ ଲହଜଲ, ଲାଲକୃଷ୍ଣ ନାଏକ, ଲକ୍ଷ୍ମୀକାନ୍ତ ବାଗ, ଗଣେଶ ରାମ ବାଗ, ବ୍ରଜେଶ ପଣ୍ଡା, ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ, ପରମାନନ୍ଦ ଠାକୁର, ରଜନି ଛତ୍ରିଆ, ତୁଲସୀରାମ ଛତ୍ରିଆ, ବରିଷ୍ଠ ସାମ୍ବାଦିକ ସୁଧାରାମ ସରାଫ, ସୁବାଷ ବାଗ, ସୋଭିତ ଗାନ୍ଧୀ, ରମେଶ ବେହେରା, ସୁରେନ୍ଦ୍ର ନାଏକ ସମେତ ଅନେକ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ଗରୀବ ଅସହାୟ ଓ ନେଷ୍ପେଷିତ ବୃଦ୍ଧ ବୃଦ୍ଧା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଶିତବସ୍ତ୍ର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଧର୍ମଗଡ଼, ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼ ସମେତ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ। ସାମ୍ବାଦିକ ବସନ୍ତ ସାରାବୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚକୁ ସାମ୍ବାଦିକ ହିରଣ୍ୟ ବେହେରା ପରିଚାଳନା କରିଥିବାବେଳେ ସାମ୍ବାଦିକ ଜଗଦୀଶ ନାଏକ, ଧର୍ମେନ୍ଦ୍ର ଦାସ, ତୁଲାରାମ ବେହେରା, ପ୍ରଦିପ କୁମାର ସିଂ, ପୁରୁଷୋତ୍ତମ ରାଜପୁତ, ରଞ୍ଜନ ସାହୁ, ଗଣେଶ ଭାଟି, ରୁତୁରାଜ ରାଉତ, ରାଧେଶ୍ୟାମ ହଂସ, ଦିଗାମ୍ବର ନାଗ, ବଂଶିଧର ବେଶ୍ରା, ଯୋଗେନ୍ଦ୍ର ବାରିକ ପ୍ରମୁଖ କୋକସରା ବ୍ଳକ ସାମ୍ବାଦିକ ସମୂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.