ଦ୍ରାବିଡ ଓ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୋଚ ରବି ଶାସ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ଦିଆଯାଉଥିବା ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେମାନଙ୍କୁ ଏତେ ବ୍ରେକ କାହିଁକି ଦିଆଯାଉଛି ବୋଲି ପୂର୍ବତନ କୋଚ ଶାସ୍ତ୍ରୀ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଦ୍ରାବିଡ ଏବଂ ଅନ୍ୟ କୋଚିଂ ଷ୍ଟାଫ ଛୁଟିରେ ସ୍ୱଦେଶ ଫେରିଥିଲେ । ଏହା ପୂର୍ବରୁ ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ମଧ୍ୟ ବିଶ୍ରାମ ନେଇଥିଲେ । ଦ୍ରାବିଡ ବାରମ୍ବାର ଛୁଟିରେ ରହୁଥିବାରୁ ଖେଳାଳି ଏବଂ କୋଚ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ି ଉଠିବା କଥା ତାହା ହେଉ ନାହିଁ । ଆଇପିଏଲ ଅବସରରେ ମିଳୁଥିବା ୨/୩ମାସର ବ୍ରେକ ଯଥେଷ୍ଟ ବୋଲି ଶାସ୍ତ୍ରୀ କହିଛନ୍ତି । ଜଣେ କୋଚ ଯଦି ଟିମ ସହିତ ଅଧିକ ସମୟ ନ ରହିବ ତାହାହେଲେ ସେମାନଙ୍କ ଭଲ ମନ୍ଦ ବିଷୟରେ କିପରି ଜାଣିବ ?

ଦ୍ରାବିଡଙ୍କ ସ୍ଥାନରେ ଏନସିଏ ମୂଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ବିକ୍ରମ ରାଠୋରଙ୍କ ସ୍ଥାନରେ ହୃଷିକେଶ କାନିତକର ଏବଂ ପାରସ ମାହାମ୍ବ୍ରେଙ୍କ ବଦଳରେ ସାଇରାଜ ବହୁତଳେ ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଇବେ । ବାଂଲାଦେଶ ବିପକ୍ଷ ସିରିଜ ପୂର୍ବରୁ ଦ୍ରାବିଡ ପୁନର୍ବାର ଟିମ ସହିତ ଯୋଗ ଦେବେ । ଶାସ୍ତ୍ରୀଙ୍କ ବୟାନ ନେଇ ଦ୍ରାବିଡଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.