ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଓଡିଶା ଡ୍ରାଇଭର ମହାସଂଘର ଏକ ସାଧାରଣ ସଭା ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଦେଦର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ବ୍ଲକ ସଭାପତି ଟଙ୍କଧର ଭାଟିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଜୁନାଗଡ ବ୍ଲକର ଆଗଧାଡିରରେ କାମକରୁ ଥିବା ପଞ୍ଚୁପାଣ୍ଡବଙ୍କ ସହିତ ଉପସ୍ଥିତ ଥିବା ପଞ୍ଚାୟତ ଆଡମିନ ଓ ଏନ୍ଏସି ର ଡ଼୍ରାଇଭର ଭାଇମନେ ସଚେତନ ବାର୍ତା ରଖିଥିଲେ। ଏଥିରେ ସମସ୍ତ ଡ୍ରାଇଭର ମଦ ତଥା ଅନ୍ୟାନ୍ୟ ଆଲକହଲରୁ ଦୁରେଇ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା। ଶେଷରେ ଦେଦର ଗ୍ରାମ ପଞ୍ଚାୟତର ପଞ୍ଚୁପାଣ୍ଡବ ବଛା ଯାଇଥିଲା। ଏଥିରେ ସଭାପତି ଭାବେ ପିତବାସ ଶବର, ସଂପାଦକ ରାଜୁ ମାଝି, ସହସଂପାଦକ ରଞ୍ଜିତ ମାଝି, କୋଷାଧ୍ୟକ ରାଜାରାମ ଗହିର ଓ ଆଡମିନ ଅର୍ଥ ଗହିରଙ୍କୁ ସମସ୍ତଙ୍କ ସହମତିରେ ବଛା ଯାଇଥିଲା।