ମେଧା ବୃତ୍ତି ପାଇଥିବା ଛାତ୍ରୀଙ୍କୁ ସମ୍ମାନିତ କଲେ ଆମେ ଓଡ଼ିଆ ଭାରି ବଢିଆ ପରିବାର

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଖେଣ୍ଟାଳ ଠାରେ କଟକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ମେଧା ବୃତ୍ତି ସମ୍ମାନ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ  ମଞ୍ଜୁବାଳା ସାହୁ, ଆମେ ଓଡ଼ିଆ ଭାରି ବଢିଆ ପରିବାରର ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ, ସଭାପତି ସତ୍ୟବ୍ରତ ସାହୁ, ସଂଯୋଜକ ପ୍ରଦ୍ୟୁମ୍ନ ଜେନା, ବିଦ୍ୟାଳୟର ପ୍ରଧାନ ଗୁରୁଜୀ ସରୋଜ କୁମାର ସାହୁ ଓ ଅନ୍ୟ ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର, ଆଧ୍ୟାତ୍ମିକ କୁଇଜ୍ ପୁସ୍ତକ, ଖାତା ଓ କଲମ ପ୍ରଦାନ କରାଯାଇଥିଲା। ମେଧା ବୃତ୍ତିରେ ମଣ୍ଡଳ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ପିଲାମାନେ ହେଲେ ତୃତୀୟ ଶ୍ରେଣୀ ଛାତ୍ରୀ ସ୍ବତୀପ୍ରଜ୍ଞା ବିଶୋଇ ଷଷ୍ଠ ସ୍ଥାନ, ତୃତୀୟ ଶ୍ରେଣୀ ଛାତ୍ରୀ ନିହରିକା ଦାସ ସପ୍ତମ ସ୍ଥାନ, ପଞ୍ଚମ ଶ୍ରେଣୀ ଛାତ୍ରୀ ସ୍ୱୟଂସ୍ନିଗ୍ଧା ସିଂ ପ୍ରଥମ ସ୍ଥାନ ଓ ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି ସାହୁ ପ୍ରଥମ ସ୍ଥାନ ।ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ସେମାନେ କେମିତି ନିଜ ବିଦ୍ୟାଳୟ, ଗ୍ରାମ ଓ ଦେଶର ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ ଆମେ ଓଡ଼ିଆ ଭାରି ବଢିଆ ପରିବାରର କାର୍ଯ୍ୟକର୍ତ୍ତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.