ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନ ଉପଲକ୍ଷେ ଭବାନୀପାଟଣା ବ୍ଲକର ଯୁଗସାଏପାଟଣା ପଞ୍ଚାୟତ ପିଏଚସିଠାରେ ସାଂସଦ ଆଦର୍ଶ ଗ୍ରାମ ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନ-୩ ଓ ଓଡ଼ିଶା ମୋ ପରିବାରର ମିଳିତ ଅନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପଲତା ନାଏକ ଉଦଘାଟନ କରିଥିବା ବେଳେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ବରିଷ୍ଠ ବିଜେଡି ନେତା ବଦ୍ରିନାରାୟଣ ପାତ୍ର ଅତିଥି ଭାବରେ ଯୋଗଦେଇଥିଲେ।
ଏହି ଅବସରରେ ବିଜେଡି ଜୋନ ସଭାପତି ବିଜୟ ମାଝୀ, ବରିଷ୍ଠ ବିଜେଡି ନେତା ରମେଶ ଦାଶ, ଚାଁଚେର ପଞ୍ଚାୟତ ବିଜେଡି କାର୍ଯ୍ୟକାରୀ ସଭାପତି ସୁଶୀଲ ନାଏକ, ଶଗଡ଼ା ବିଜେଡି ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ରିଷଗାଁ ବିଜେଡି ପଞ୍ଚାୟତ ସଭାପତି ଦୁର୍ୟ୍ଯ ବଗର୍ତ୍ତି, କୁଟ୍ରୁଖମାର ବିଜେଡି ପଞ୍ଚାୟତ ସଭାପତି ଦ୍ରୁବ ସିଙ୍ଗ, ଦୁଆରସୁଣୀ ପଞ୍ଚାୟତ ବିଜେଡି ସଭାପତି ସୁରେଶ ପାତ୍ର, ତଳବେଲଗାଁ ବିଜେଡି ପଞ୍ଚାୟତ ସଭାପତି ସୁମନ୍ତ ଦାସ, ମାଳଗାଁ ବିଜେଡି  ପଞ୍ଚାୟତ ସଭାପତି ଘାସିରାମ ରଣା, କୁଲିଆମାଳ ବିଜେଡି ପଞ୍ଚାୟତ ସଭାପତି ସୁବାସ ସାହୁ, ଯୁବ ବିଜେଡି ଜୋନ ସଭାପତି ମୋହନ ଗହୀର, ଚାଁଚେର ପଞ୍ଚାୟତ ନାଏବ ସରପଞ୍ଚ ସନମତି ମାଝୀ, ଶଗଡା ପୂର୍ବତନ ସରପଞ୍ଚ ରୁକ୍ମଣୀ ମାଝୀ, ବିଜେଡି ଯୁବ ନେତା ଗୋବିନ୍ଦ ମାଝୀ, ଦିଲୀପ ପଟେଲ, ମଦନ ପାତ୍ର, ରବିଚନ୍ଦ୍ର ନାଏକ ସମେତ ଓଡ଼ିଶା ମୋ ପରିବାର ପଂଚାୟତ ସଂଯୋଜକ ଭାବେ ଯୁଗସାଏପାଟଣାର ଦଶନ ମାଝୀ, ଦୁଆରସୁନୀର ରମେଶ ତାଣ୍ଡି ଓ ରିଷଗାଁର ସୀତାରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଜଣେଇଥିଲେ। ଏହି ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ ଓ ବିଜେଡି ଯୁବ ନେତା ସୁରୁ ନାଏକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.