ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି ଖବରର ଶୀର୍ଷକ ନୁହେଁ । ଖବରର ଶୀର୍ଷକ ହେଉଛି ଏମାନଙ୍କର ବୟସ । ୭୦ ବୟସର ବୃଦ୍ଧ ପଡିଲେ ପ୍ରେମ ଜାଲରେ । ଆଉ ପ୍ରେମିକା ତାଙ୍କ ନାତୁଣୀ ବୟସର । ଅର୍ଥାତ୍ ୧୯ ବର୍ଷ ବୟସର ଯୁବତୀ । ୭୦ ବର୍ଷୀୟ ବୃଦ୍ଧଙ୍କର ୧୯ ବର୍ଷୀୟ ଝିଅ ସହ ପ୍ରେମ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନୀ ୟୁଟ୍ୟୁବର ସୟାଦ ବସ୍ତି ଅଲ୍ଲି ଉଭୟଙ୍କର ଏକ ଇଣ୍ଟରଭିୟୁ ନେଇଥିଲେ । ଖବରଟି ଭିଡିଓ ଆଧାରରେ କରାଯାଇଛି । ଭିଡିଓରେ ଶୁଣା ଯାଉଛି କି ୭୦ ବର୍ଷୀୟ ଲିୟାକତ ଅଲି ଏବଂ ୧୯ ବର୍ଷୀୟ ଶୁମାଇଲାଙ୍କ ପ୍ରେମ କାହାଣୀ ମର୍ଣ୍ଣିଙ୍ଗଓ୍ୱାକରୁ ଆରମ୍ଭ ହୋଇଥିଲା । ଆଖିରେ ଆଖି ମିଶିଲା ପରେ ପ୍ରେମ ହୋଇଥିଲା । ଶୁମାଇଲାଙ୍କ କହିବାନୁସାରେ ପ୍ରଥମେ ତାଙ୍କ ଘର ଲୋକେ ଏ ସମ୍ପର୍କକୁ ନେଇ ଆପତ୍ତି ଉଠାଇଥିଲେ । ପରେ ଲିୟାକତଙ୍କ ସହିତ ଦେଖା କରିବା ପରେ ଘର ଲୋକ ସଂପର୍କକୁ ସ୍ୱୀକୃତି ଦେଇଥିଲେ । ୭୦ ବର୍ଷୀୟ ଲିୟାକତ କୁହିଛନ୍ତି କି ୫୧ ବର୍ଷ ବଡ ହେଲେ ବି ହୃଦୟ ସହ ହୃଦୟ ମିଶି ଯାଇଛି । ଏବେ ପ୍ରେମ ହୋଇଯାଇଛି ଏବଂ ଆମେ ଏକାଠି ରହୁଛୁ । ଏହି ଭିଡିଓ ୫ମାସ ପୁରଣା । ତଥାପି ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ନେଇ ବହୁ ପ୍ରତିକ୍ରିୟା ମିଳିଛି । ଜଣେ ୟୁଜର୍ସ ମଜାଳିଅା କମେଣ୍ଟ ଦେଇ ଲେଖିଛନ୍ତି କି, “ଇସ୍କ ହେ ଜନାବ, ସବ ଚଲତା ହେ” ।