ନର୍ଲା ନବୋଦୟ ବିଦ୍ୟାଳୟରେ ବିଶ୍ୱ ଲାଇବ୍ରେରୀ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜବାହର ନବୋଦ୍ଦୟ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ୩୧ ନମ୍ବର ବ୍ୟାଚର ଛାତ୍ରଛାତ୍ରୀ ମାନେ ବିଶ୍ୱ ଲାଇବ୍ରେରୀ ଦିବସ ପାଳନ କରିଛନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ସମବେତ ହେବାପରେ ବ୍ୟାନର ଧରି ଶୋଭାଯାତ୍ରାରେ ବାହାରିଥିଲେ । ୩୧ ନମ୍ବର ବ୍ୟାଚର ଛାତ୍ର ଭୁପେନ୍ଦ୍ର ଓ ବିଘ୍ନଙ୍କ ନେତୃତ୍ୱରେ ରାଜେଶ, ଅଜୟ ମାଝୀ, ଛାତ୍ରୀ ଗାୟତ୍ରୀ ଓ ଦୀପ୍ତୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ଥିଲେ । ଶୋଭାଯାତ୍ରାକାରୀ ଛାତ୍ରଛାତ୍ରୀମାନେ ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାକାର ଛାତ୍ରଛାତ୍ରୀ ମାନଙ୍କୁ ଲାଇବ୍ରେରୀ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇବା ସହ ନିଜ ଶ୍ରେଣୀର ପାଠ୍ୟ ପୁସ୍ତକ ପଢିବା ସହ ଅନ୍ୟ ଉପାଦେୟ ପୁସ୍ତକ ମଧ୍ୟ ଲାଇବ୍ରେରୀରୁ ପଢି ଅଧିକ ଜ୍ଞାନ ଆହରଣ କରନ୍ତୁ । ଯାହା ସେମାନଙ୍କୁ ଭବିଷ୍ୟତରେ ନୂତନ ଦିଗଦର୍ଶନ ଦେବ ଓ କ୍ୟାରିଅର ଗଠନରେ ସହାୟକ ହେବ ବୋଲି କହିଥିଲେ । ବିଶ୍ୱ ଲାଇବ୍ରେରୀ ଦିବସ ନଭେମ୍ବର ୧୪ ରୁ ୨୦ ଯାଏଁ ପାଳନ କରିବେ ଓ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଏନେଇ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଯୁକ୍ତଦୁଇ ବିଜ୍ଞାନ ଛାତ୍ରୀ ଗାୟତ୍ରୀ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.