ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପର୍ଯ୍ୟବେକ୍ଷକ ପଦରୁ ବିଦାହେଲେ IAS ଅଧିକାରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିର୍ବାଚନ ପର୍ଯ୍ୟବେକ୍ଷକ ପଦରୁ ବିଦା ହୋଇଛନ୍ତି ଜଣେ ଆଇଏଏସ ଅଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ । ତୁରନ୍ତ ତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ତାଙ୍କୁ କୈାଣସି ନିର୍ବାଚନ ଦାୟିତ୍ବ ନଦେବାକୁ କହିଛନ୍ତି ନିର୍ବାଚନ କମିଶନ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ  ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପାଇଥିଲେ ଉତ୍ତରପ୍ରଦେଶ କ୍ୟାଡରର ଜଣେ ଅଧିକାରୀ ଅଭିଷେକ ସିଂ । ତେବେ ସେ ତାଙ୍କର ପୋଜିସନକୁ ନେଇଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ନିର୍ବାଚନ କମିଶନଙ୍କ ଦୃଷ୍ଟିରେ ପଡିଥିଲା । ନିଜର ପଦବୀକୁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରିଥିବା ନିର୍ବାଚନ କମିଶନ କହିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚନ୍ତି। ଗୁଜୁରାଟ ନିର୍ବାଚନ ସମୟରେ କାର ସମ୍ମୁଖରେ ଠିଆ ହୋଇ ଫଟୋ ଉଠାଇଥିଲେ ଅଭିଷେକ ସିଂ ।  ଇନଷ୍ଟାଗ୍ରାମରେ ନିଜର ଏକ ପୋଷ୍ଟ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିବାରୁ ତାଙ୍କୁ କଡା ଶବ୍ଦରେ ଏପରି କରିବା ଠିକ୍ ହୋଇନାହିଁ କହିବା ସହ  ନିର୍ବାଚନ ଆୟୋଗ  ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଅଭିଷେକ ସିଂ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଅହମ୍ମଦାବାଦ-ବାପୁନଗର ଏବଂ ଆସାରୱା ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ଅଭିଷେକ ସିଂ ତାଙ୍କ ଇନଷ୍ଟାଗ୍ରାମରେ ନିଜର ପଦକୁ ନେଇ ଶକ୍ତି ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କୁ ଚିଠି ଲେଖି ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ  ଯେପରି ବ୍ୟବହାର କରିଛନ୍ତି ତାହା  ‘ପ୍ରଚାର ଷ୍ଟଣ୍ଟ’ ପାଇଁ ସ୍ଥାନ ନୁହେଁ । ଆୟୋଗ ଏହି ମାମଲାକୁ ଗୁରୁତର ସହ ନେବା ପରେ ଏପରି ନିର୍ଦେଶ ଦେଇଛନ୍ତି । କମିଶନ ଉକ୍ତ ଅଧିକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକୁ ସିଇଓଙ୍କ ସହ ସେୟାର କରିଛନ୍ତି। ଏହା ସହ ତାଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ବରୁ ମୁକ୍ତ କରିଛନ୍ତି। ଅଭିଷେକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.