ସମସ୍ତ ରାଜ୍ୟ ଏକତ୍ରିତ ହୋଇ ଆତଙ୍କବାଦ ପ୍ରତି କଠୋର ହେବାକୁ ପଡିବ -ଜୟଶଙ୍କର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆତଙ୍କବାଦ ମୁକାବିଲା ନେଇ କଠୋର ହେବାକୁ ରୋକଠୋକ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜୟଶଙ୍କର  କହିଛନ୍ତି ଯେ ଆତଙ୍କବାଦ ମାନେ ହିଁ ଆତଙ୍କବାଦ  । ଏହାର ଭିନ୍ନ ଅର୍ଥ କିଛି ହୋଇନପାରେ । କିଛି ରାଜନୈତିକ ଶକ୍ତି ଏହାକୁ ଭିନ୍ନ ଅର୍ଥରେ ବ୍ୟାଖା କରିପାରିବେ ନାହିଁ । ଟେରର ଫର ନୋ ମନି  ସମ୍ମିଳନୀକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ସମସ୍ତ ରାଜ୍ୟ ଏକତ୍ରିତ ହୋଇ ଆତଙ୍କବାଦ ପ୍ରତି କଠୋର ହେବାକୁ ପଡିବ । ଏଥିପାଇଁ କଠୋର ଆଭିମୁଖ୍ୟ ଅନୁସରଣ କରିବା ଜରୁରୀ ଅଟେ। ଆତଙ୍କବାଦ, ଆତଙ୍କ କୁ ନେଇ କୈାଣସି ରାଜନୈତିକ ବ୍ୟକ୍ତି ଏହାକୁ ଯଥାର୍ଥତା  କହିପାରିବେ ନାହିଁ ।  ଆତଙ୍କବାଦୀଙ୍କ ସଂସ୍ଥା ବିରୁଦ୍ଧରେ ପ୍ରଭାବଶାଳୀ ପ୍ରତିରୋଧ ପାଇଁ ଅଧିକାଂଶ ରାଜ୍ୟ ଏବେ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଜୟଶଙ୍କର ।  ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ଏବଂ ଆତଙ୍କବାଦୀକୁ ନ୍ୟାୟ ପ୍ରଦାନ କରିବାକୁ ଆଗେଇ ଆସୁଛନ୍ତି । ଆତଙ୍କବାଦୀଙ୍କୁ ମନଇଚ୍ଛା ଆର୍ଥିକ ସହାୟତା ଏବଂ ନିରାପଦ ସ୍ଥାନ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ଜୟଶଙ୍କର । ଭାରତ ପରିପ୍ରେକ୍ଷିରେ ଦେଖିବାକୁ ଗଲେ  ଆତଙ୍କବାଦୀ ଆକ୍ରମଣ ପଛରେ ସୀମା ଆରପଟୁ ମଧ୍ୟ ସମର୍ଥନ ରହିଥିବା ଜୟଶଙ୍କର କହିଛନ୍ତି  । ଆତଙ୍କବାଦୀଙ୍କୁ ନେଇ କୈାଣସି ଭୈାଗୋଳିକ ସୀମା ବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ପରିପ୍ରେକ୍ଷୀରେ ପାକିସ୍ତାନ  ସୀମା ଆରପାର୍ଶ୍ୱରୁ ଏଲଇଟି, ଜେଇଏମ କିମ୍ବା ହରକତ-ଉଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କର ସମର୍ଥନ ଗୋଷ୍ଠୀମାନେ ଭାରତୀୟ ମାଟିରେ ବର୍ବର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ  ଆର୍ଥିକ ସହାୟତା ଯୋଗାଇଦେଇଆସୁଛନ୍ତି । ଆତଙ୍କବାଦକୁ ଅର୍ଥ ଯୋଗାଣ  ରୋକିବା ପାଇଁ ସୁରକ୍ଷା ପରିଷଦର ବଡ଼ ଭୂମିକା ରହିଥିବା କହିଛନ୍ତି ଜୟଶଙ୍କର । ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି । ଆତଙ୍କବାଦ ବିରୋଧରେ ଆର୍ଥିକ ମୁକାବିଲା ପାଇଁ ସଚେତନ ତଥା ସମନ୍ୱିତ ଉଦ୍ୟମ ବିନା ଆତଙ୍କବାଦ ବିରୋଧରେ ବିଶ୍ୱ ସଂଗ୍ରାମ ସଫଳ ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ଆତଙ୍କବାଦୀ ସଂଗଠନ ସେମାନଙ୍କ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ  ଆର୍ଥିକ ସହାୟତା ଭିନ୍ନ ଭିନ୍ନ  ନୂତନ ଉପାୟ ଖୋଜି ପାଉଛନ୍ତି । ପ୍ରଯୁକ୍ତିବିଦ୍ୟାକୁ ମାଧ୍ୟମ କରି ଆତଙ୍କବାଦୀମାନେ ଏପରି ଅର୍ଥ ସଂଗ୍ରହ କରୁଥିବା କହିଛନ୍ତି ଏସ ଜୟଶଙ୍କର  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.