ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ଓଡ଼ିଆ ବାର୍ତ୍ତା/ ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ କନୱେ ୫୯ ଓ ଗ୍ଲେନ ଫିଲିପ୍ସ ୫୪ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡର ଶେଷ ୭ଟି ୱିକେଟ ମାତ୍ର ୧୪ ରନରେ ଖସି ପଡିଥିଲା । ଜବାବରେ ଭାରତ ୯ ଓଭରରେ ୪ ୱିକେଟ ହରାଇ ୭୫ ରନ କରିଥିବା ବେଳେ ବର୍ଷା ଯୋଗୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଫଳରେ ଅମ୍ପାୟର ମ୍ୟାଚକୁ ଟାଇ ଘୋଷିତ କରିଥିଲେ । ୩ଟି ମ୍ୟାଚରୁ ୨ଟି ବର୍ଷା ଯୋଗୁ ନଷ୍ଟ ହୋଇଥିବାରୁ ପ୍ରଶଂସକ ନିରାଶ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.