ରୁପ୍ରାରୋଡ ହାଇସ୍କୁଲ ଯୁକ୍ତ ଦୁଇ ବିଜ୍ଞାନ କଲେଜ ପାଇଁ ତାଲିକା ଭୁକ୍ତ ପ୍ରସଙ୍ଗ: କେବେ ହେବ କାର୍ଯ୍ୟକ୍ଷମ ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ହାଇସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଖୋଲିବା ପାଇଁ ସରକାରଙ୍କ ତଫରୁ ୨୭ ଫେବୃୟାରୀ ୨୦୨୨ ରେ ତାଲିକା ଭୁକ୍ତ କରିଥିବା ଜଣାପଡିଛି। ହେଲେ କାର୍ଯ୍ୟକ୍ଷମ କେବେ ହେବ ସେ ନେଇ କୋଣସୀ ସମୟ ଧାର୍ଯ୍ୟ ହୋଇ ନଥିବାରୁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରୁପ୍ରାରୋଡ଼ ହାଇସ୍କୁଲ ନର୍ଲା ହାଇସ୍କୁଲର ସମସାମୟୀକ ଅଟେ । ହାଇସ୍କୁଲକୁ ୫୦ ବର୍ଷ ପୂର୍ତ୍ତି ହୋଇ ସାରିଥିବାରୁ ଏହା ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରି ସାରିଛି । ନର୍ଲା ବ୍ଲକର ନର୍ଲା, ଶାନ୍ତପୁର, ରୁପ୍ରା ପ୍ରଭୃତି ହାଇସ୍କୁଲରେ ପୁରାତନ ଭବନକୁ ପରିବର୍ତ୍ତିତ କରାଯାଇ ଛାତଘର କରାଯାଇଛି। ସେହିଭଳି ମୋ ସ୍କୁଲ ଯୋଜନାରେ ରୁପ୍ରାରୋଡ଼ ହାଇସ୍କୁଲରେ ଯାହାକିଛି ଭବନ ନିର୍ମାଣ କାମ ଚାଲିବାର ରହିଥିଲା । ଏବଂ ଏହାସହ ପଶ୍ଚିମ ଓଡିଶା ବିକାଶ ପରିଷଦ କିଛି ପାଣ୍ଠି ମିଳିଥିଲା । ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର କୌଣସି ପାଣ୍ଠି ଏଯାଏଁ ହସ୍ତଗତ ହୋଇନଥିବା ଜଣାପଡିଛି ।

Omkar Vasthu
Omkar Vasthu

ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଡ଼. ସାଧୁରାମ ଅଗ୍ରୱାଲ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପରେ ଏହାର ବିକାଶ କାର୍ଯ୍ୟ ଆରମ୍ଭ କରିଥିଲେ । କରୋନା କାଳରେ ତାଙ୍କର ଦେହାନ୍ତ ହୋଇଯିବା ପରେ ତାଙ୍କର ସୁପୁତ୍ର ସୁମିତ ଅଗ୍ରୱାଲ ରୁପ୍ରାରୋଡ଼ ହାଇସ୍କୁଲ କାମ ଦାଇତ୍ୱ ନେଇ ଭବନ ନିର୍ମାଣ କାମ ସମ୍ପୂର୍ଣ୍ଣ କଲେ । ଏବେ ରୁପ୍ରାରୋଡ଼ ହାଇସ୍କୁଲ ୫ଟି ଯୋଜନା ଅଧୀନରେ ଆସିବା ପରେ ରୁପ୍ରାରୋଡ଼ ହାଇସ୍କୁଲ ଭବନ ସବୁ ସୁନ୍ଦର ଓ ମନୋରମ ହୋଇ ସାରିଛି । ହେଲେ ବିଡମ୍ବନାର ବିଷୟ ନର୍ଲା ବ୍ଲକ୍ ଅଧିନରେ ନର୍ଲା, ତୁଳାପଡା, ରୁପ୍ରା ଓ ମୁସ୍କୁଟି ମିଳିତ ପଞ୍ଚାୟତ ଭାବରେ ଜୁନିୟର କଲେଜ ଚାଲିଥିବା ବେଳେ ରୁପ୍ରା, ତୁଳାପଡା ଓ ନର୍ଲାକୁ ପାଠ ପଢିବା ପାଇଁ ଯିବା ନିମନ୍ତେ ରୁପ୍ରାରୋଡ ଛାତ୍ରଛାତ୍ରୀଙ୍କୁ କଲେଜ ବହୁତ ଦୂର ବାଟ ହେଉଛି । ଏଣୁ ରୁପ୍ରାରୋଡ ହାଇସ୍କୁଲ ପରିସରରେ ଯୁକ୍ତଦୁଇ ବିଦ୍ୟାଳୟ ଖୋଲିବା ପାଇଁ ସାଧାରଣରେ ଦାବୀ ହେଉଛି । ସ୍ୱାଧିନତା ପରେ ମଧ୍ୟ ରୁପ୍ରାରୋଡ ଅଞ୍ଚଳ ଶିକ୍ଷାଗତ ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ ନେଇ ସ୍ଥାନୀୟ ବାସିନ୍ଦା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ସମେତ ସରିଆଁ, ରାକ୍ସି, ଉଲିକୁପା ଭୀମକେଲା ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ୮ ଗୋଟି ହାଇସ୍କୁଲ ରହିଥିବା ବେଳେ ଏଠାକାର ଛାତ୍ରଛାତ୍ରୀ ୧୦ ମ ଶ୍ରେଣୀ ପାସ ହୋଇଯିବା ପରେ ରୁପ୍ରା ମିଳିତ ପଞ୍ଚାୟତ ଜୁନିୟର କଲେଜ, ମ.ରାମପୁର, ନର୍ଲା, ଲାଞ୍ଜିଗଡରୋଡ, କେସିଙ୍ଗା, ଭବାନୀପାଟଣା ପାଠ ପଢିବା ପାଇଁ ଯାଉଛନ୍ତି । ଆର୍ଥିକ ସ୍ୱଚ୍ଛଳ ରହିଥିବା ପରିବାରର ପିଲା ବାହାରେ ଦାମୀ କଲେଜ ଗୁଡିକରେ ପାଠ ପଢୁଛନ୍ତି । ଦାରିଦ୍ର୍ୟତା କାରଣରୁ ତଥା ବିଶେଷ କରି ଝିଅ ପିଲା ଦୂର ଦୂରାନ୍ତକୁ ସାଇକେଲରେ ଯାଇ କଲେଜ ପାଠ ପଢିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏବକାର ପରିସ୍ଥିତି ଓ ଘଟଣାବଳୀକୁ ଦେଖି ବାପା ମା ଓ ଅଭିଭାବକ ମାନଙ୍କ ମନରେ ଭୟଜାତ ହେଉଛି । ଫଳ ସ୍ୱରୁପ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରିବନ୍ଧା ହେଉଥିବା ଜଣାପଡିଛି । ନର୍ଲା କାହିଁକି ସାରା ଜିଲ୍ଲାରେ ରୁପ୍ରାରୋଡ ଏକ ଉଚ୍ଚ ମାନର ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ନିକଟସ୍ଥ ଗ୍ରାମ ପଞ୍ଚାୟତ ଗୁଡିକରେ ରହିଥିବା ୮ ଗୋଟି ହାଇସ୍କୁଲର ପ୍ରତିବର୍ଷ ୧୦ ମ ପାସ କରୁଥିବା ୪୦୦ ରୁ ୫୦୦ ଛାତ୍ରଛାତ୍ରୀ ଏଠି ପାଠ ପଢିବାର ସୁଯୋଗ ପାଇ ପାରନ୍ତେ । ୧୯୭୩ ମସିହାରେ ଖୋଲାଯାଇଥିବା ଏହି ସୁନାମଧନ୍ୟ ହାଇସ୍କୁଲ ରେ ଯୁକ୍ତ ଦୁଇ ଖୋଲିବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି । ଶ୍ରେଣୀ ଗୃହଠୁ ଆରମ୍ଭ କରି ଖେଳ ପଡିଆ, ରାସ୍ତା ଘାଟ ଓ ଗମନା ଗମନର ମଧ୍ୟ ବିଶେଷ ସୁବିଧା ରହିଛି ।

Pearl dental clinic
Near Ashish Medical Store, Bhawanipatna

ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀଙ୍କ ଶିକ୍ଷା କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଲକ୍ଷ୍ୟ କରି ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ତଥା ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଡ଼.ସାଧୁରାମ ଅଗ୍ରୱାଲା ଏହି ହାଇସ୍କୁଲ ପରିସରରେ ସରକାର ଯୁକ୍ତଦୁଇ ଖୋଲନ୍ତୁ ବୋଲି ସରକାରଙ୍କୁ ଅନେକ ବର୍ଷରୁ ଅନୁରୋଧ କରି ଆସୁଥିଲେ । ତାଙ୍କର ଆବର୍ତ୍ତମାନରେ ଅଞ୍ଚଳବାସୀ ଅନୁଭବ କରି ସାରିଲେଣି ଯେ ସ୍ବର୍ଗତ ଡ଼. ଅଗ୍ରୱାଲ ରୁପ୍ରାରୋଡ, ଭୀମକେଲା, ନିଶାଣପୁର, ଉଲିକୁପା ଓ ରାକ୍ସୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଅଭିଭାବକ ମାନଙ୍କ ଦାବୀକୁ ସମ୍ମାନ ଜଣାଇ ଗତ ତା.୫/୧୧/୨୦୧୯ ରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଥିଲେ ଯିଏ ଏବେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ରହିଛନ୍ତି, ମୁଖ୍ୟମନ୍ତ୍ରୀ, ଶିକ୍ଷା ସଚୀବ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖଙ୍କୁ ପତ୍ର ମାଧ୍ୟମରେ ରୁପ୍ରାରୋଡ ହାଇସ୍କୁଲ ପରିସରରେ ସରକାରଙ୍କ ତରଫରୁ ଯୁକ୍ତଦୁଇ ବିଜ୍ଞାନ ମହା ବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିଥିଲେ। କେବଳ ଥରୁଟିଏ ବୋଲି ନୁହଁ । ଅଂଚଳର ମେଟ୍ରିକ ପାସ ଆଉଟ ଗରୀବ ଛାତ୍ରଛାତ୍ରୀ ଯେଉଁମାନେ କି କଲେଜ ପଢିବା ପାଇଁ ଚାହୁଁଛନ୍ତି ସେମାନଙ୍କ ଭବିଷ୍ୟତ ଗଠନ ଚିନ୍ତା ନେଇ ସ୍ବର୍ଗତ ସାଧୁବାବୁ ନେତା ମନ୍ତ୍ରୀ, ଲୋକ ପ୍ରତିନିଧି, ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ତଙ୍କୁ ଏନେଇ ଅନେକ ଥର ଅନୁରୋଧ କରିଥିଲେ । ସମାଜସେବୀ ଡ଼. ସ୍ବର୍ଗତ ସାଧୁବାବୁଙ୍କ ଅଧୁରା ସ୍ୱପ୍ନକୁ ସାକାର ହୋଇଛି । ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ରୁପ୍ରାରୋଡ଼ରେ ଖୋଲିବା ପାଇଁ ସରକାର ମଞ୍ଜୁର କରିଛନ୍ତି । ୨୭/୨/୨୦୨୨ ରେ ସରକାରଙ୍କ ତରଫରୁ ରୁପ୍ରାରୋଡ଼ ହାଇସ୍କୁଲ ତାଲିକାଭୁକ୍ତ ହୋଇ ସାରିଛି । ହେଲେ ଆସନ୍ତା ଶିକ୍ଷାବର୍ଷ ରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବୀ ହେଉଛି ।

Udyog Nursery
Udyogi Nursery

ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ରୁପ୍ରାରୋଡ ବାସିନ୍ଦା ଅଟନ୍ତି । ରୁପ୍ରାରୋଡ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସାଇକେଲ ଯୋଗେ, ବସ ଓ ଟ୍ରେନରେ ଦୂର ଦୂରାନ୍ତ କଲେଜ ଗୁଡିକୁ ପାଠ ପଢିବା ପାଇଁ ଯାଉଥିବା ସମୟରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଅଞ୍ଚଳବାସୀଙ୍କ ତରଫରୁ ସରକାରଙ୍କ ନିକଟରେ ଦାବୀ ରଖିବି ସରକାର ଏଠି ତୁରନ୍ତ ଯୁକ୍ତଦୁଇ ବିଜ୍ଞାନ କଲେଜ ଖୋଲନ୍ତୁ । ସେହିଭଳି ରୁପ୍ରାରୋଡର ଯୁବ ସରପଞ୍ଚ ହେମନ୍ତ ଭୋଇ କହିଛନ୍ତି ଏଠି କଲେଜ ପଢିବାର ସୁବିଧା ନଥିବାରୁ ଆମେମାନେ ଆମ ସମୟରେ ପାଠ ପଢିବା ପାଇଁ ଅନେକ କଷ୍ଟ ସହି ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ପାଠ ପଢିଛୁ । ଏଣୁ ଏବେ ଯୁଗ ବଦଳି ଯାଇଛି । ସରକାର ତୁରନ୍ତ ରୁପ୍ରାରୋଡ ହାଇସ୍କୁଲକୁ ଉନ୍ନୀତ କରି ଏଠି ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ କରାନ୍ତୁ । ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଧ୍ୟ ରୁପ୍ରାରୋଡ ହାଇସ୍କୁଲକୁ ଉନ୍ନୀତ କରାଯାଇ ଏଠାରେ ଯୁକ୍ତଦୁଇ ଖୋଲିବା ପାଇଁ ରାଜ୍ୟ ସରକାର ତଥା ଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.