ନିଆଁଲାଗି ଜଲିଗଲା ଧାନଖଳା: କ୍ଷତିପୂରଣ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଗ୍ରାମର ଚାଷୀ ହର ନାଗଙ୍କ ଧାନ ଖଳାରେ ଗୁରୁବାର ନିଆଁ ଲାଗି ୨ ଏକର ଚାଷ ଜମିରେ ଅମଳ ହୋଇଥିବା ଧାନ ନଷ୍ଟ ହୋଇଛି। ଚାଷୀ ହର ନାଗ ଧାର କରଜ କରି ନିଜ ଚାଷ ଜମିରେ ଚାଷ କରିଥିବାବେଳେ ଅମଳ ପାଇଁ ଗଦା କରିଥିବା ଧାନ ଗଦାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତେବେ ଚାଷୀ ଜଣକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିମିତ୍ତ ସମୟରେ ନିଆଁ ବ୍ୟାପି ଯାଇଥିଲା। ଫଳରେ ଦୁଇ ଏକର ଜମିର ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ଅନ୍ୟପଟେ ବର୍ଷ ଜାକର କଷ୍ଟ ଉପାର୍ଜିତ ଧାନ ନିଆଁ ଲାଗି ଜଲିଯିବାରୁ ଚିନ୍ତାରେ ଚାଷୀ। ତେଣୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ହର ନାଗ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.