ଭାନପୁରର ରାକ୍ସୀରେ କ୍ରପ କଟିଂ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଚଳିତ ବର୍ଷ ମଧ୍ୟ ଶୀତଋତୁ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷ କ୍ଷତି ସହିଥିବା ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନିମନ୍ତେ କ୍ରପ କଟିଂ ଆରମ୍ଭ ହୋଇ ଯାଇଛି । ମଧ୍ୟମ ସମୟ ଅବଧି ଓ ବଡ ଧାନ ସବୁ ଶୀତ ଋତୁରେ ପାଚି ଯାଇଥାଏ । ଏଣୁ ଏହି ସମୟରେ କୃଷି ବିଭାଗ ତରଫରୁ କ୍ରପ କଟିଂ ଅନୁଷ୍ଠିତ ହୋଇଥାଏ । ଏଣୁ ଏହି ୧୫ ଦିନ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ରପ କଟିଂ । ଏହି କ୍ରମରେ ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀ ଗ୍ରାମରେ ଶଲ୍ୟ କୁମାର ପଧାନଙ୍କ ଜମିରେ କ୍ରପ କଟିଂ ଅନୁଷ୍ଠିତ ହୋଇଥିଲା । ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ରାକ୍ସୀର ବରିଷ୍ଠ ଚାଷୀ ବିଜୟ ସାହୁ, ଛନ୍ଦାଚରଣ ପ୍ରମୁଖଙ୍କ ଉପସ୍ଥିତିରେ ରାକ୍ସୀର ଉକ୍ତ ଚାଷୀଙ୍କ ଜମିରେ କ୍ରପ କଟିଂ କରାଯାଇଥିଲା । ଏଥିରେ ୨୫ ବର୍ଗ ମିଟର ଧାନ ଜମିରେ ୧୬ କିଲୋ ୭୦୦ ଗ୍ରାମ ଧାନ ବାହାରିଥିବା ଜଣାପଡିଛି । ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରପ କଟିଂ ଅନୁଷ୍ଠିତ ହୋଇଥିଲା । ଏହା ୨୫ ବର୍ଗ ମିଟର ବର୍ଗକ୍ଷେତ୍ର ଯୁକ୍ତ ଧାନ ଚାଷ କରାଯାଇଥିବା ଜମିର ଏକ ସ୍ଥାନରେ ମାପ କରାଯାଇ କ୍ରପ କଟିଂ କରାଯାଇଥିଲା । କେନ୍ଦ୍ର କୃଷି ବୀମା କମ୍ପାନୀର ପ୍ରତିନିଧି ଗଙ୍ଗାଧର ନାୟକ ଓ ସ୍କାଏମେଟ ସୁଧିର ନାଗ ଉପସ୍ଥିତ ରହି କ୍ରପ କଟିଂ କରିଥିଲେ । ଗତ ବର୍ଷ ହୀନ ବୃଷ୍ଟି ଯୋଗୁଁ ନର୍ଲାର ମାତ୍ର କେତେକ ଜଳସେଚିତ ଅଞ୍ଚଳକୁ ଛାଡିଦେଲେ ପ୍ରାୟତଃ ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଭୟାବହ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ହେଲେ ଚଳିତ ବର୍ଷ ସମୟାନୁଯାୟୀ ଉତ୍ତମ ବର୍ଷା କାରଣରୁ ଧାନ ଫସଲ ବେଶ ଭଲ ହୋଇଥିବାରୁ ଆଦାୟ ମଧ୍ୟ ଉତ୍ତମ ରହିବ ବୋଲି କ୍ରପ କଟିଂ ରିପୋର୍ଟରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.