ଜଳୁନାହିଁ କେସିଙ୍ଗା ସେଲଫି ପଏଣ୍ଟର ଲାଇଟ, ନଷ୍ଟ ହେବାକୁ ବସିଲାଣି ଫିଟନେସ ସାମଗ୍ରୀ 

ରକ୍ଷଣା ବେକ୍ଷଣର ଅଭାବ, ଅନ୍ଧାରରେ ଚାଲିଛି ଅନୈତିକ କାର୍ଯ୍ୟକଳାପ!

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସହରର ସୈ।ନ୍ଦର୍ଯ୍ୟକରଣ ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ତେବେ ବିଭାଗୀୟ ଉଦାସୀନତା ଯୋଗୁଁ ଅନେକ ଯୋଜନାର ଲାଭ ପାଇପାରୁ ନାହାନ୍ତି ଜନସାଧାରଣ। ୨୦୨୧ ମସିହା ଡିସେମ୍ବର ୨୯ରେ ତେଲ ନଦୀ ତଟରେ କେସିଙ୍ଗା ଏନଏସିର ସେଲଫି ଓ ଫିଟନେସ୍ ପଏଣ୍ଟକୁ  କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ତତ୍କାଳୀନ ରାଜ୍ୟ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଉପ ଜିଲ୍ଲାପାଳ ଡକ୍ଟର ବିଶ୍ୱଜିତ ଦାସ ପ୍ରମୁଖ ଉଦଘାଟନ କରିଥିଲେ। କିନ୍ତୁ ଦୁଃଖର ବିଷୟ ଉଦ୍ଘାଟିତ ହୋଇ ବର୍ଷେ ପୁରିନି ସେଲଫି ପଏଣ୍ଟର ଲାଇଟ ଦୁଇ ମାସ ହେଲାଣି ଜଳୁନି, ଭାଙ୍ଗି ଗଲାଣି ଫିଟନେସ ଉପକରଣ,  ଦବିଗଲାଣି ପାହାଚ, ଫାଟି ଗଲାଣି ମାର୍ବଲ।
ଏଠାରେ ପ୍ରକାଶ ଥାଉ କି କେସିଙ୍ଗା ସେଲଫି ଓ ଫିଟନେସ ପଏଣ୍ଟ କେସିଙ୍ଗା ଟିଟଲାଗଡ ରାସ୍ତାରେ ଥିବା ରେତ ନଦୀ ବ୍ରିଜ ପାଖରେ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ। କିନ୍ତୁ ଦୁଃଖର ବିଷୟ ରାତିରେ ଲାଇଟ୍ ଜଳୁ ନ ଥିବାରୁ ଅନ୍ଧାରର ମଉକା ନେଇ ସେଠାରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ହେଉଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ଧାରର ଫାଇଦା ଉଠାଇ ସେଠାରେ ମଦ୍ୟପମାନେ ମଦ ପିଉଥିବା ଦେଖାଯାଉଛି। ଅତି ଶୀଘ୍ର ସେଲ ଫି ଓ ଫିଟନେସ ପଏଣ୍ଟରେ ଲାଇଟ୍ ଲଗାଇବା ସହ ମରାମତି କାର୍ଯ୍ୟ କରିବା ପାଇଁ ଜନସାଧାରଣ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.