ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲାଠାରେ  ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନବନିର୍ମିତ ଜିଲ୍ଲା କାର୍ଯ୍ୟାଳୟ ଆଜି (ବୁଧବାର ୩୦/୧୧) ଉଦଘାଟିତ ହୋଇଯାଇଛି । ପ୍ରଥମେ କୁଶୁର୍ଲା ସ୍ଥିତ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମାଁ ଚଣ୍ଡିଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରି ଯୋରାଡବରା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ପହଞ୍ଚି ଥିଲା । ଶୋଭାଯାତ୍ରାରେ କୁଶୁର୍ଲା ଗ୍ରାମର ଶତାଧିକ ସାମାଜିକ ମହିଳାମାନେ ନିଜ ଘର ସମ୍ମୁଖରେ କଳସ ସ୍ଥାପନ କରି ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟାଳୟ ଠାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନିଳମଣୀ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରିବା ପରେ ସୂଚନା ଫଳକ ପ୍ରଦର୍ଶନ କରିବା ସହ ଫିତାକାଟି ଉଦଘାଟନ କରିଥିଲେ । ପରେ ସମାଜ ତରଫରୁ ଏକ ସାଧାରଣ ସଭାର ଆୟୋଜିତ ହୋଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଭରତ ସାହୁ, ସଂପାଦକ ନବୀନ କିଶୋର ସାହୁ, ନେଗୀ କୋଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ, କାର୍ଜି କିଷନଲାଲ ସାହୁ ଓ ବିରଞ୍ଚି ସାହୁ, ଉପଦେଷ୍ଟା ଜୟଦେବ ସାହୁ, ଜଳଧର ସାହୁ, କୀର୍ତ୍ତନ ସାହୁ, କୃଷ୍ଣଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଗଠନ, କାର୍ଯ୍ୟକ୍ରମ, ଉଦ୍ଦେଶ୍ୟ, ଲକ୍ଷ ଏବଂ ସାମାଜିକ ପରିବର୍ତ୍ତନ ବିଷୟରେ ଆଲୋକପାତ କରିଥିଲେ ।ପୂଜାର୍ଚ୍ଚନାରେ ସନ୍ତୋଷ କୁମାର ନନ୍ଦ ପୂଜକ ଭାବରେ ଯୋଗଦେଇ ଥିବାବେଳେ ଉମାକାନ୍ତ ସାହୁ ଓ ତାଙ୍କ ସହଧର୍ମୀଣି ସୁଶିଳା ସାହୁ, ଡମବୁଢା ସାହୁ ଓ ସୁମନୀ ସାହୁ ଗୃହ ପ୍ରତିଷ୍ଠା କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି  ।ସଭାରେ  ପ୍ରଥମେ ବିଗତ ଦିନରେ ସମାଜ ପ୍ରତି ଅବଦାନ ଥିବା ସ୍ଵର୍ଗୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେବାପରେ ହୃଷିକେଶ ସାହୁ ଓ ଜଗମୋହନ ସାହୁ ଯୋଗଦେଇ ମାଁ ଚଣ୍ଡୀ ସମଲାଇ ଭଜନ ପରିବେଷଣ କରିବା ସହ ସମାଜ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିଶୋର ସାହୁ, ନେଗୀ କୋଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ, କାର୍ଜି କିଷନଲାଲ ସାହୁ ଓ  ବିରଞ୍ଚି ସାହୁ, ଉପଦେଷ୍ଟା ଜୟଦେବ ସାହୁ, ଜଳଧର ସାହୁ,  କୀର୍ତ୍ତନ ସାହୁ, କୃଷ୍ଣଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସନ୍ତୋଷ କୁମାର ନନ୍ଦ ପୂଜକ ଭାବରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ନର୍ଲା ବ୍ଲକ ଅଧ୍ୟକ୍ଷା ମନରୋମ ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ  ସମାଜ ଆଇନ୍ ପରାମର୍ଶଦାତା ସତ୍ୟ ନାରାୟଣ ସାହୁ ଓ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁ ମଞ୍ଚ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ସଭାପତି ଲାଷ୍ମୀ ପ୍ରସାଦ ସାହୁ, ନର୍ଲା ବ୍ଲକ ସଭାପତି ରବୀନ୍ଦ୍ର ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ,  ମ.ରାମପୁର  ବ୍ଲକ ସଭାପତି ରୋମାଞ୍ଚଳ ସାହୁ ଓ ସମସ୍ତ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ତଥା ସମସ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମାଜର ୧୧ବଂଶର ସମସ୍ତ ସଦସ୍ୟ ମାନଙ୍କ ସହ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.