ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀ ଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡିଆରେ ପଞ୍ଚାୟତ ସମିତି କୋକସରା ଆନୁକୂଲ୍ୟରେ କଳାହାଣ୍ଡି ଉତ୍ସବ ୨୦୨୩ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୭ ଗୋଟି ପଞ୍ଚାୟତ, କୋକସରା, କାଉଡୋଳା, ମାଝୀଗୁଡା, ଆମପାଣି, ବଡ଼ ପୋଡାଗୁଡା, ବରାଡ଼ଙ୍ଗା, ଗମ୍ଭାରୀଗୁଡାକୁ ନେଇ ୮ ଗୋଟି ଦଳ ଭାଗ ନେଇଥିଲେ। କୋକସରା ସରପଞ୍ଚ କିଶୋର ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ଗମ୍ଭାରୀଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ରୋହିତ ଠାକୁର, କୋକସରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲ, ସୋମନାଥ ବାଗ, ବସନ୍ତ ନାଗ ଓ ବିଭିନ୍ନ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। କାଉଡୋଳା ଖେଳ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଚିକିଲି ହାଇସ୍କୁଲ ଖେଳ ଶିକ୍ଷକ ଭବାନୀଶଙ୍କର ଶବର ଓ ଗମ୍ଭାରୀଗୁଡା ଗୁଡା ସ୍ପୋର୍ଟ୍ସ କ୍ଳବର ଅଭିଜ୍ଞ ଖେଳାଳୀମାନେ ଖେଳ ପରିଚାଳନା ଓ ସହଯୋଗ କରିଥିଲେ। ପରିଶେଷରେ ବିଜୟୀ ଗମ୍ଭାରୀଗୁଡା ଫୁଟବଲ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା।