ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ସ୍ବଚ୍ଛାଗ୍ରାହୀ ସଂଘ ପକ୍ଷରୁ ସୋମବାର ଜିଲ୍ଲା ସଭାପତି ତେଜରାଜ ଦୁରୀଆଙ୍କ ନେତୃତ୍ବରେ ପ୍ରକଳ୍ପ ନିର୍ଦ୍ଦେଶକ କଳାହାଣ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ବଚ୍ଛାଗ୍ରାହୀ ମାନଙ୍କୁ ଓଡିଏଫ୍ ପ୍ଳସ, ଏସବିଏମ୍ ୨.୦ କାର୍ଯ୍ୟକ୍ରମରେ କାର୍ଯ୍ୟ ଦେବାସହ ଜିଓଟ୍ୟାଗ କରିବା ସହ କିଛି ମାନଦେୟ ଦେବାର ବ୍ୟବସ୍ଥା, ପ୍ରର୍ବତକ ମାନଙ୍କୁ ବକେୟା ଥିବା ଟଙ୍କା ମଧ୍ୟରୁ ବ୍ୟବହାର ନିମନ୍ତେ ପାଇ ନଥିବା ବ୍ଳକ ମାନଙ୍କୁ ପ୍ରଦାନ କରାଯାଉ, ବର୍ତ୍ତମାନ ପରିପ୍ରେକ୍ଷୀରେ କୈାଣସି କାମରେ ନିୟୋଜିତ କରାଯାଇ ନଥିବା ଆଦି ଦାବି ପତ୍ରରେ ଦର୍ଶାଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ଚଣ୍ଡୀଦାସ ସାହୁ, କୋଷାଧ୍ୟକ୍ଷ ବରୁଣ ବେମାଲ, ସୁଦର୍ଶନ ଦୋରା, ଜିତେନ୍ଦ୍ର ପ୍ରଧାନ, ଭିସ୍ମଚରଣ ସୂନା କୋକସରା ବ୍ଳକ ସ୍ବଚ୍ଛାଗ୍ରାହୀ ସଂଘ ସଭାପତି ଖଗେଶ୍ବର ନାଏକ, ସହ ସମ୍ପାଦକ ଧର୍ମେନ୍ଦ୍ର କୁମାର ନାଗ, ମଲୟ ନିଆଲ, ଉପେନ୍ଦ୍ର ସୁନାନୀ, ଅଲେଖ ସେଠ୍, ସୁଶାନ୍ତ ବାଗ, ପ୍ରଦିପ ଭାରଶଗରୀଆ, ଇନ୍ଦ୍ରମଣି ଗୁଉଡ଼, ରୁକଚନ ରାଉତ, ଶିଧେଶ୍ବର ପଟେଲ, ତରୁଣ ରଣା, ଭୁବନେଶ୍ୱର ରଣା, ଦିଗମ୍ବର ତାଣ୍ଡି, କରନ ତାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ।