ଜଗନମୋହନ ରେଡ୍ଡି ଦେଶର ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ଧନୀ ନବୀନ, ମମତା ବାନାର୍ଜୀ ଦେଶର ସବୁଠାରୁ ଗରୀବ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କିଏ ଦେଶର ଧନୀ ମୁଖ୍ୟମନ୍ତ୍ରୀ ? କିଏ ଗରିବ ? କାହାର ଅଛି କେତେ ସମ୍ପତି ?  କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ?  ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ଥିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ।  ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ହେଉଛନ୍ତି ଦେଶର ଧନୀ ମୁଖ୍ୟମନ୍ତ୍ରୀ । ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସମ୍ପତ୍ତିର ମୂଲ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ କମ । ଗତ ନିର୍ବାଚନ ସମୟରେ ଦେଇଥିବା ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ୩୦ ମୁଖ୍ୟମନ୍ତ୍ରୀଙ୍କର ଏହି ତାଲିକା ପ୍ରସ୍ତୁତ କରାଯାଇଛି । ସେତିକି ନୁହେଁ, ଏହି ତାଲିକାରୁ ଜଣାଯାଇଛି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ । ୮ ଜଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ଲାଇସେନ୍ସପ୍ରାପ୍ତ ବନ୍ଧୁକ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କର ତିନି ପତ୍ନୀ ଅଛନ୍ତି । ରିପୋର୍ଟରୁ ଜଣାଯାଇଛି, ଜଗନ ରେଡ୍ଡିଙ୍କ ସମ୍ପତ୍ତିର ମୂଲ୍ୟ ୩୭୦ କୋଟି ଯାହାକି ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ । ସେହିପରି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ରହିଛି  ୧୩୨ କୋଟି । ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ କୌଣସି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତିନି ଅଙ୍କକୁ ଛୁଇଁ ନାହିଁ । ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା  ବାନାର୍ଜୀ । ତାଙ୍କର ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଥିବା ଜଣାଯାଇଛି । ଏକ କୋଟି ତଳେ ଥିବା ଅନ୍ୟତମ ୨ ମୁଖ୍ୟମନ୍ତ୍ରୀ ହେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ଓ  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପିନାରାଇ ଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୭୩ ଲକ୍ଷ ଥିବାବେଳେ  ନୀତିଶଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୫୬ ଲକ୍ଷ । ଅନ୍ୟପକ୍ଷେ  ଓଡ଼ିଶା ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି ୬୩.୭୨ କୋଟିର ସମ୍ପତ୍ତି । ଅନ୍ୟମାନଙ୍କ ମଧ୍ୟରେ ଆାସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମ୍ପତ୍ତି ତାଲିକା ୧.୦୪ କୋଟି ଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମ୍ପତ୍ତି ରହିଛି ୧୫.୧୮ କୋଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପତି ୨.୭୬ କୋଟି ଥିବାବେଳେ ଗୋଆ ମୁଖ୍ୟମନ୍ତ୍ରୀ  ପ୍ରମୋଦ ସାୱନ୍ତଙ୍କ ସମ୍ପତ୍ତି ମୂଲ୍ୟ ରହିଛି ୫.୬୯ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସମ୍ପତ୍ତି ମୂଲ୍ୟ ୪.୦୩ କୋଟି । ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଖରେ ୧.୨୭ କୋଟିର ସମ୍ପତ୍ତି ଥିବାବେଳେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପାଖରେ ରହିଛି ୫.୨୪ କୋଟି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କର ୧.୩୫ କୋଟି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ୨.୬୩ କୋଟି, ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୧.୦୭ କୋଟି, ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨ କୋଟିର ସମ୍ପତ୍ତି ରହିଛି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୮. ୨୪ କୋଟି, ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୭.୨୪ କୋଟି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୩.୭୨ କୋଟି ଓ ତ୍ରିୁପୁରା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୧.୨୮ କୋଟି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.