Breaking: ବାଗପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବୋଲେରୋକୁ ମୁହାଁମୁହିଁ ପିଟିଲା ଟ୍ରକ, ୫ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ବୁଲାଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଆଜି ମଙ୍ଗଳବାର ଦିନ ୧୨ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବୋଲେରୋ ଗାଡିରେ ବସିଥିବା ୭ ଜଣ ଆଘାତ ପ୍ରାପ୍ତ ହୋଇଥିବା ଜଣା ପଡ଼ିଛି । ବୋଲେରୋ ଗାଡି ନଂ- ଓଆର ୦୮ ଏଚ ୧୪୭୯ ମ. ରାମପୁର ତଳ ସାଗର ପଡ଼ାର ଗହୀର ପରିବାରର ଲୋକଙ୍କୁ ନେଇ ତାଙ୍କ ଝିଅକୁ ଛାଡିବା ପାଇଁ ଧର୍ମଗଡ଼ ଯାଉଥିଲା । ବାଗପୁର ବୁଲାଣିରେ ସାମ୍ନା ପଟରୁ ଆସୁଥିବା ଆନ୍ଧ୍ର ଟ୍ରକ ନଂ- ଟି ଏସ ୦୭ ୟୁଇ ୬୪୭୯ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ଗାଡିର ସମ୍ମୁଖ ଭାଗ ଚୁର ମାର ହୋଇଯାଇଛି । ବୋଲେରୋ ଗାଡ଼ିରେ ବସିଥିବା ୫ ଜଣ ପୁରୁଷ, ଦୁଇଜଣ ମହିଳା ଓ ଜଣେ ବର୍ଷିକୀୟ ଶିଶୁ ଆଘାତ ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ନର୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । ମ.ରାମପୁର ନିଜ ଘରୁ ଭବାନୀପାଟଣା ଅଫିସ ଯାଉଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ଓ ପ୍ରଗତିବାଦୀ ଡିଜିଏମ କମ୍ବୁପାଣି ମିଶ୍ର ଦୁର୍ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣା ସ୍ଥଳରେ ପହଂଚିବା ପରେ ୧୦୮କୁ ଫୋନ କରି ଆହତପ୍ରାପ୍ତ ମାନଙ୍କୁ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୋଟିଏ ଆମ୍ବୁଲାନ୍ସରେ ଆହତ ମାନେ ଯାଇ ନପାରିବାରୁ ତିନିଗୋଟି ଆମ୍ବୁଲାନ୍ସ ଯୋଗେ ନର୍ଲା ମେଡିକାଲକୁ ଆଣାଯାଇ ଚିକିତ୍ସିତ କରାଯାଇଥିବା ବେଳେ ସମସ୍ତ ଗୁରୁତର ମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି । ସ୍ଥାନୀୟ ବାଗପୁରର ସମାଜସେବୀ ମଧୁ ପାଢ଼ୀ ଓ ବାଗପୁରର କିଛି ଲୋକ ଆହତ ମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ ସହଯୋଗ କରିଥିଲେ । ପରେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.